ନୂଆଦିଲ୍ଲୀ,୯ ।୧: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ସୋମବାର ସକାଳେ ଘନ କୁହୁଡି ସହ ପ୍ରବଳ ଶୀତ ଥରାଇ ଦେଉଛି ଲୋକଙ୍କୁ । ଭାରତୀୟ ମୌସୁମୀ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତରୁ ମୁକ୍ତି ମିଳିବ ନାହିଁ ।
ଆଇଏମଡିର ସୂଚନା ଅନୁସାରେ ଉତ୍ତର ରାଜସ୍ଥାନ, ଦକ୍ଷିଣ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପୂର୍ବ ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ବିଦର୍ଭ, ଛତିଶଗଡ଼, ତେଲେଙ୍ଗନାର କିଛି ସ୍ଥାନରେ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରି ଜାରି ରହିବ ।
ମୌସୁମୀ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ଘନ କୁହୁଡି ଯୋଗୁ ଜିରୋ ଭିଜିବିଲିଟି ରହିଛି । ବଠିଂଡାରେ ଜିରୋ ଭିଜିବିଲିଟି ଥିବା ବେଳେ ଅମୃତସରରେ ୨୫ ମିଟର, ଅମ୍ବାଲାରେ ୨୫ ମିଟର, ହିସାରରେ ୫୦ ମିଟର, ଦିଲ୍ଲୀ(ସଫଦରଜଙ୍ଗ)ରେ ୨୫ ମିଟିର, ପାଲମରେ ୫୦ ମିଟର, ଆଗ୍ରାରେ ଶୂନ୍ୟ, ଲକ୍ଷ୍ନୌରେ ଶୂନ୍ୟ, ବାରାଣସୀରେ ୨୫ ମିଟର, ବହରାଇଚରେ ୫୦ ମିଟର, ପ୍ରୟାଗରାଜରେ ୫୦ ମିଟର, ବିହାର ପୁର୍ଣ୍ଣିଆ ଓ ଗୟାରେ ୫୦ ମିଟର, ଗଙ୍ଗାନଗରରେ ୨୫ ମିଟର ଭିଜିବିଲିଟି ରହିଛି ।