Categories: ଜାତୀୟ

ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ

ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି । ଚେନ୍ନାଇ ସମେତ ୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ରେଡ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲାରେ ଆଗାମୀ ୨ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ଏବେ ତାମିଲନାଡୁରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ପାଣି ପଶି ଯାଇଛି । ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ରେଡ ଆଲର୍ଟ ଜାରି କରାଯାଇଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଚେନ୍ନାଇକୁ ଯାତ୍ରା କରୁଥିବା ଲୋକେ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଅପିଲ କରିଛନ୍ତି । ସେପଟେ ପାଣିପାଗ ବିଭାଗ କହିଛି ତାମିଲନାଡୁ ଉପକୂଳରେ ଘଣ୍ଟାକୁ ୪୦-୫୦ ବେଳେବେଳେ ୬୦ କିଲୋମିଟର ବେଗର ପବନ ବହିପାରେ । ଏହାସହ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ।

Share