Categories: ଜାତୀୟ

ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ଭାଗ, ରାଜସ୍ଥାନରେ ପାରଦ ଛୁଇଁଲାଣି ୪୦ ଡିଗ୍ରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ ପ୍ରକୃତି ତା’ର କୋପ ଦେଖାଇ ଚାଲିଛି। ରାଜଧାନୀ ଦିଲ୍ଲୀ ବନ୍ୟାରେ ଏକ ପ୍ରକାର ବୁଡି ଗଲାଣି କହିଲେ ଚଳେ। ୧୫ ଜୁଲାଇ ଶନିବାର ଦିଲ୍ଲୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ରାଜଧାନୀରେ ଯମୁନା ନଦୀର ଜଳ ସ୍ତର ସାମାନ୍ୟ ହ୍ରାସ ପାଇଛି, ତଥାପି ଲୋକମାନେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଲୋହେ ପୁଲ ନିକଟ ଯମୁନାର ଜଳ ସ୍ତର ୨୦୮.୦୭ ମିଟର ରହିଛି। ହାଥିନି କୁଣ୍ଡ ବ୍ୟାରେଜରୁ ୧୪ ଜୁଲାଇରେ ରାତି ୬ଟା ରେ ୫୭ ହଜାର ୩୬୩ କ୍ୟୁସେକ ଜଳ ଛଡାଯାଇଥିଲା। ଯେଉଁଥିପାଇଁ ଯମୁନାର ଜଳ ସ୍ତର ପୁଣି ଥରେ ବଢିପାରେ ବୋଲି ଅନୁମାନ କରାଯାଇଛି।

ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ସ୍ବାଭାବିକ କରିଛି। ଜୁଲାଇ ୧୮ପର୍ଯ୍ୟନ୍ତ ପ୍ରବଳ ବର୍ଷା ଅନୁମାନ କରି ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଏଥିପ୍ରତି ସତର୍କ ରହିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟ ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ପର୍ଯ୍ୟଟକଙ୍କ ମଧ୍ୟରୁ ୬୭ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିମାଚଳ ପ୍ରଦେଶରେ ବନ୍ୟା ଓ ବର୍ଷା ମଧ୍ୟ ପନିପରିବା ଉତ୍ପାଦନକୁ ପ୍ରଭାବିତ କରିଛି।
ଜାମ୍ମୁ-କାଶ୍ମୀର, ଲଦାଖ, ପଶ୍ଚିମ ରାଜସ୍ଥାନ, ସ୍ବରାଷ୍ଟ୍ର-କଚ୍ଛ ଏବଂ ଲକ୍ଷ୍ମଦ୍ୱୀପ ଉପରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଅନୁମାନ କରାଯାଇଛି। ରାଜସ୍ଥାନର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିବାର ସମ୍ଭାବନା ରହିଛି।

Share