ଆଇଏମ୍‌ଏଫ୍‌ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ

ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍‌ଡିଏମ୍‌ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ ଇସ୍ତଫା ଦେବା ପରେ ଏହି ପଦରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥ ସମ୍ଭାଳିବେ । ଗୀତା ଗୋପିନାଥ ୨୧ ଜାନୁୟାରୀ ୨୦୨୨ରୁ ଏହି ପଦ ସମ୍ଭାଳିବେ ବୋଲି ଜଣାପଡିଛି । ଆଇଏମ୍‌ଏଫ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Share