Categories: ବାଣିଜ୍ୟ

ଜିଡିପିର ଅନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୯।୭ (ଅଭୟ ଦାଶ): ବିଶ୍ୱର ପ୍ରମୁଖ ଆର୍ଥିକ ସଂସ୍ଥା ତଥା ଆମେରିକାର ପ୍ରତିଷ୍ଠିତ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆକଳନ ଅନୁଯାୟୀ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ପୂର୍ବାନୁମାନ ୭% କୁ ବୃଦ୍ଧି ପାଇଛି। ଏପରିକି ଆଇଏମଏଫ ଭାରତର ଜିଡିପିକୁ ୨୦ବେସିସ୍‌ ପଏଣ୍ଟ ବୃଦ୍ଧି କରି ୭% ରେ ପହଞ୍ଚାଇଛି। ୨୦୨୪ ଏପ୍ରିଲରେ ସଂସ୍ଥାର ପୂର୍ବ ଆକଳନ ୬.୮% ରହିଥିବା ବେଳେ ବର୍ତ୍ତମାନ ଆଇଏମ୍‌ଏଫ ତା’ର ପୂର୍ବାନୁମାନକୁ ସଂଶୋଧନ କରିଛି।

ଅପରପକ୍ଷରେ ଆଇଏମଏଫର ସଦ୍ୟତମ ‘ୱାଲର୍‌ଡ ଇକୋନୋମିକ୍‌ ଆଉଟଲୁକ୍‌’ରିପୋର୍ଟ ସୂଚାଉଛି, ଚଳିତ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ମଧ୍ୟ ୭.୦% କୁ ବୃଦ୍ଧି କରାଯାଇଛି। ବିଶେଷ କରି ଗ୍ରାମାଞ୍ଚଳ ଉପଭୋକ୍ତା ସମ୍ଭାବନାରେ ଉଲ୍ଲେଖନୀୟ ବୃଦ୍ଧି ପରିପ୍ରେକ୍ଷୀରେ ଏହି ଅଭିବୃଦ୍ଧି ଘଟିଛି। ଏହା ସହିତ ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ନିଜର ସ୍ଥିତି ବଜାୟ ରଖିଛି। ସେହିଭଳି ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧିର ପୂର୍ବାନୁମାନକୁ ସଂଶୋଧନ କରାଯାଇଛି।

ଏପରିକି ଏସିଆ ବିଶେଷ କରି ଚାଇନା ଏବଂ ଭାରତରେ ଦୃଢ କାର୍ଯ୍ୟକଳାପ ଯୋଗୁଁ ଏହି ବୃଦ୍ଧି ଘଟିଛି। ସେହିପରି ଆଇଏମ୍‌ଏଫ୍‌ ରିପୋର୍ଟରେ କୁହାଯାଇଛି, ଚଳିତ ବର୍ଷ ଭାରତରେ ଅଭିବୃଦ୍ଧିର ପୂର୍ବାନୁମାନକୁ ୭%କୁ ସଂଶୋଧନ କରାଯାଇଛି, ଯାହା ୨୦୨୩ରେ ଅଭିବୃଦ୍ଧିକୁ ଆହୁରି ଅଧିକ କରୁଛି ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଘରୋଇ ବ୍ୟବହାରର ଉନ୍ନତ ସମ୍ଭାବନାକୁ ପ୍ରତିଫଳିତ କରୁଛି ବୋଲି ଆଇଏମଏଫ ରିପୋର୍ଟରେ କୁହାଯାଇଛି।

Share