୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି।

ଆଇଏମଏଫ ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନ ଭାରତର ତଥ୍ୟରେ କରାଯାଇଥିବା ଅଦଳବଦଳ ମଧ୍ୟରେ ସର୍ବଶେଷ ଅଟେ। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବାନୁମାନ ଅନୁଯାୟୀ ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ପ୍ରାୟ ୬.୫ ପ୍ରତିଶତ ହୋଇପାରେ। ୨୦୨୫ ଆଥିକ ବର୍ଷ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ ୬.୩ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଆଇଏମଏଫ ଅନୁଯାୟୀ, ଭାରତ ଭବିଷ୍ୟତରେ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ।

ଆଇଏମଏଫ ମଙ୍ଗଳବାର ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ ଆଧାରରେ କହିଛି ଭାରତର ଅଭିବୃଦ୍ଧି ହାର ଦୃଢ଼ ରହିବ। ୨୦୨୩ ଏବଂ ୨୦୨୪ରେ ଏହା ୬.୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଏପ୍ରିଲରୁ ଜୁନ-ତ୍ରୟ ମାସିକରେ ଆଶା କରାଯାଉଥିବା ଅପେକ୍ଷା ଭଲ ପ୍ରଦର୍ଶନ ଆକଳନ ହେତୁ ଏହା ହୋଇଛି। ଆଇଏମଏଫ ଏହାର ପୂର୍ବାନୁମାନରେ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାକୁ ଅନ୍ତର୍ଭୁକ୍ତ କରିନାହିଁ ।

ପୂର୍ବ ବର୍ଷ ତୁଳନାରେ ଏପ୍ରିଲ-ଜୁନ ତ୍ରୟ ମାସରେ ଭାରତୀୟ ଅର୍ଥନୀତି ୭.୮ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଆଇଏମଏଫ ଦ୍ୱାରା ଭାରତର ଅଭିବୃଦ୍ଧି ପୂର୍ବାନୁମାନର ଏପ୍ରିଲ ମାସରେ ହୋଇଥିବା ଆକଳନଠାରୁ ୦.୪ ପ୍ରତିଶତ ଅଧିକ ରହିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ତାରିଖ ଦିନ ସୁପ୍ରିମକୋର୍ଟରେ ହେବ ଓ୍ବକ୍‌ଫ ଶୁଣାଣି

ନୂଆଦିଲ୍ଲୀ,୧୦।୪: ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ଏକତ୍ର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ଇତିହାସ ରଚିଲେ ବିରାଟ କୋହଲି: ଏପରି କାରନାମା କରିବାରେ IPLର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୧୦।୪: ବିରାଟ କୋହଲି IPL 2025 ରେ ଇତିହାସ ରଚିଛନ୍ତି। ସେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨ ରନର ଏକ ଇନିଂସ ଖେଳିଥିଲେ। ଏହି...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ପାଲଟା ଟାରିଫ୍‌କୁ ୯୦ ଦିନ ଅଟକାଇଲା ୟୁରୋପୀୟ ସଂଘ

ବ୍ରସେଲ୍ସ,୧୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image