ଆଇଏମଏଫ ଦଳ ଇମ୍ରାନଙ୍କୁ ଭେଟିଲେ, ସରକାରଙ୍କ ଅସନ୍ତୁଷ୍ଟ…

ଇସଲାମାବାଦ,୮।୭ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳର ପ୍ରତିନିଧୀଙ୍କୁ ଭେଟିବା ପାଇଁ ପାକିସ୍ତାନ ପରିଦର୍ଶନ କରୁଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦଳର ନିଷ୍ପତ୍ତି ଶାସକ ମିଳିତ ମେଣ୍ଟରେ ଅସନ୍ତୋଷ ସୃଷ୍ଟି କରିଛି। ଏକ ସମୟରେ ଯେତେବେଳେ ପାକିସ୍ତାନର ପ୍ରଶାସନ ଆର୍ମି ଏବଂ ଇଣ୍ଟେଲିଜେନ୍ସ ନେତୃତ୍ୱରେ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଇମ୍ରାନ ଖାନଙ୍କୁ ରାଜନୈତିକ କ୍ଷେତ୍ରରୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏପରି ସ୍ଥଳେ ଆଇଏମଏଫ ଦଳର ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ହାମଦ ଅଜହର ଶୁକ୍ରବାର ବିଳମ୍ବିତ ରାତିରେ ଆଇଏମଏଫ ଟିମ ଲାହୋରରେ ଇମ୍ରାନ ଖାନଙ୍କ ବାସଭବନ ପରିଦର୍ଶନ କରିଥିବା ସୂଚନା ଦେଇଛନ୍ତି। ସେଠାରେ ଋଣ କିସ୍ତି ମୁକ୍ତ ପାଇଁ ପାକିସ୍ତାନ ସରକାରଙ୍କ ସହ ସ୍ବାକ୍ଷରିତ କର୍ମଚାରୀ ସ୍ତରୀୟ ଚୁକ୍ତି ସମ୍ପର୍କରେ ଆଇଏମଏଫ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଏହି ଚୁକ୍ତିନାମା ଅନୁଯାୟୀ ପାକିସ୍ତାନକୁ ମୋଟ ତିନି ବିଲିୟନ ଡଲାରର ଋଣ ଦେବାକୁ ପଡିବ।

ଏହି ଚୁକ୍ତିନାମା ୨୯ ଜୁନ ରେ ହୋଇଥିଲା। କିନ୍ତୁ ଆଇଏମଏଫ ବୋର୍ଡର ଅନୁମୋଦନ ପାଇବା ପରେ ଏହା କାର୍ଯ୍ୟକାରୀ ହେବ। ଉଲ୍ଲେଖଥାଉ କି, ଚୁକ୍ତିନାମା ଯୋଗୁ ପାକିସ୍ତାନର ଅର୍ଥନୈତିକ କ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି। ଆଇଏମଏଫ ଦଳ ସହ ଆଲୋଚନାରେ ଇମ୍ରାନ ଖାନ ଏହି ଡିଲକୁ ସମର୍ଥନ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏହା ସମ୍ଭାବନାକୁ ମଜବୁତ କରିଛି ଆଇଏମଏଫ ବୋର୍ଡ ଋଣ ପ୍ରଦାନକୁ ଅନୁମୋଦନ କରିବ।

Share