ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀମାନଙ୍କୁ ରୋକିବା ପ୍ରସଙ୍ଗ: ବାଇଡେନ ପ୍ରଶାସନ ଟେକ୍ସାସ ଗଭର୍ନରଙ୍କ ବିରୋଧରେ ଦାଏର କଲେ ମାମଲା…

ଓ୍ବାଶିଂଟନ,୨୫।୭ : ପ୍ରବାସୀମାନଙ୍କୁ ଆମେରିକା-ମେକ୍ସିକୋ ସୀମା ଅତିକ୍ରମ ନ କରିବା ପାଇଁ ରିଓ ଗ୍ରାଣ୍ଡେ ନଦୀରେ ଟେକ୍ସାସ ଲଗାଇଥିବା ଏକ ଭାସମାନ ପ୍ରତିବନ୍ଧକ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ ଟେକ୍ସାସର ଗଭର୍ନରଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ଟେକ୍ସାସର ରିପବ୍ଲିକାନ ଗଭର୍ନର ଗ୍ରେଗ ଆବଟଙ୍କ ଦ୍ୱାରା ଏହି ନିଷେଧାଦେଶ ଘୋଷଣା କରାଯାଇଥିଲା।

ଫେଡେରାଲ ଅଧିକାରୀ କହିଛନ୍ତି ନଦୀରେ ଥିବା ପ୍ରତିବନ୍ଧକଗୁଡିକ ଫେଡେରାଲ ନିୟମକୁ ଉଲ୍ଲଂଘନ କରୁଛି। ଏହା ସହିତ ମାନବିକ ଚିନ୍ତାଧାରା ମଧ୍ୟ ସାମ୍ନାକୁ ଆସିଛି। କୋର୍ଟରେ ସେ ଏହାର ମୁକାବିଲା କରିବେ ବୋଲି ଗଭର୍ନର କହିଛନ୍ତି। ଜୁନ ମାସରେ ଏହି ନିଷେଧାଦେଶ ଘୋଷଣା କରାଯାଇଥିଲା ।

ଏହା ସୀମା ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ଫେଡେରାଲ ଅଧିକାରୀଙ୍କ ବିବୃତ୍ତି ଉପରେ ରାଜ୍ୟ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି। ପ୍ରବାସୀଙ୍କ ପାଇଁ ଏହା ପ୍ରଭାବହୀନ ଏବଂ ସମ୍ଭାବ୍ୟ ବିପଦଜନକ ହୋଇପାରେ ବୋଲି ପ୍ରବାସୀ ଓକିଲମାନେ କହିଛନ୍ତି।

ଜଷ୍ଟିସ ବିଭାଗ ଅସ୍ଟିନର ଏକ ଫେଡେରାଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ରାଜ୍ୟ ଅଧିକାରୀମାନେ ଫେଡେରାଲ ଅନୁମତି ନେବା ଆବଶ୍ୟକ। ଫେଡେରାଲ ଅଧିକାରୀମାନେ ଯୁକ୍ତି କରିଛନ୍ତି ଏହା ନ କରି ଟେକ୍ସାସ ଜଳପଥକୁ ନିୟନ୍ତ୍ରଣ କରୁଥିବା ଫେଡେରାଲ ନିୟମକୁ ଉଲ୍ଲଂଘନ କରିଛି।

ଆସୋସିଏଟ ଆଟିର୍ନି ଜେନେରାଲ ଭନିତା ଗୁପ୍ତା କହିଛନ୍ତି ଆବଶ୍ୟକ ଫେଡେରାଲ ଅନୁମତି ବିନା ରିଓ ଗ୍ରାଣ୍ଡେରେ ଏକ ପ୍ରତିବନ୍ଧକ ଲଗାଇ ଟେକ୍ସାସ ଫେଡେରାଲ ନିୟମ ଉଲ୍ଲଂଘନ କରିଛି ବୋଲି ଆମେ ଅଭିଯୋଗ କରିଛୁ।

ଏହାପୂର୍ବରୁ ବାଇଡେନ ପ୍ରଶାସନ ଟେକ୍ସାସର ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲା ସେମାନେ ନଦୀରୁ ପ୍ରତିବନ୍ଧକ ହଟାଇ ଆଇନଗତ ଯୁଦ୍ଧରୁ ରକ୍ଷା ପାଇପାରିବେ।

 

 

Share