Categories: ଜାତୀୟ

ଲକଡାଉନରେ ପ୍ରବାସୀଙ୍କ ପଦଯାତ୍ରା, ନିର୍ମାଣ ହୋଇଥିଲା ୪୧୦୦୦ ରିଲିଫ କ୍ୟାମ୍ପ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଫଳରେ ପ୍ରବାସୀ ପଦଯାତ୍ରାରେ ଘରମୁହାଁ ହୋଇଥିଲେ। ସେମାନଙ୍କ ସୁବିଧା ପାଇଁ ବହୁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଲକଡାଉନ ୨୦୨୦ ବିଷୟରେ ସୂଚନା ପ୍ରଦାନ କରାଯାଇ କୁହାଯାଇଛି ଯେ ଦେଶର ଅନେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ହଠାତ୍‌ ସରକାରଙ୍କ ଘୋଷଣା ଯୋଗୁ ସମସ୍ୟାରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ବାଟରେ ଥିଲେ। ପ୍ରବାସୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୭ ମାର୍ଚ୍ଚ ୨୦୨୦ ରେ ଏକ ପରାମର୍ଶଦାତା କମିଟି ଗଠନ କରି ଆବଶ୍ୟକ ନିର୍ଦ୍ଦେଶ ଜାରି କରିଥିଲେ।

ଏହା ପରେ ୨୮ ମାର୍ଚ୍ଚ ୨୦୦ରେ ପୁଣି ନିର୍ଦ୍ଦେଶ ଜାରି ହୋଇଥିଲା। ରାଜ୍ୟ ସରକାରଙ୍କୁ କୁହାଯାଇଥିଲା ଯେ, ରାଜପଥରେ ଯାଉଥିବାରୁ ରାଜପଥରେ ଚାଲିଚାଲି ଫେରୁଥିବା ପ୍ରବାସୀଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା କରାଯିବା ଜରୁରୀ। ଯାହାଦ୍ୱାରା ସେମାନଙ୍କୁ ସହଜରେ ଆଶ୍ରୟସ୍ଥଳକୁ ନିଆଯାଇପାରିବ। ଏହି ସମୟରେ ପ୍ରବାସୀଙ୍କ ପାଇଁ ସାରା ଦେଶରେ ୪୧୦୦୦ ରିଲିଫ କ୍ୟାମ୍ପ ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଥିଲା ଯେଉଁଠାରେ ୧୪ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ରଖାଯାଇଥିଲା।

Share