ସହର ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୭।୫(ଡି.ଏନ୍‌.ଏ.): ଗଞ୍ଜାମରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କିନ୍ତୁ ଗତବର୍ଷ ଭଳି ଗଞ୍ଜାମ ସହର ମୁଖ୍ୟ ରାସ୍ତା ତ୍ରିବେଣୀ ମଠ ଛକ କିମ୍ବା ସାନବଜାରଠାରେ ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍‌ ନିର୍ମାଣ କରାଯାଇନି l ଫଳରେ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଅବାଧରେ ପ୍ରବାସୀମାନେ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି। ଯାହା ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share