ଦିଗପହଣ୍ଡି,୨୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ଦୀର୍ଘଦିନ ହେଲା ସରକାରୀ ସହାୟତା ଅର୍ଥରାଶି ପ୍ରଦାନ କରାଯାଇ ନ ଥିଲା। ଏ ନେଇ ସେମାନେ ବହୁବାର ଦାବି ଆପତ୍ତି କରିଥିଲେ ସୁଦ୍ଧା ସେମାନଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା। ପରେ ଗୁରୁବାର ବହୁ ସଂଖ୍ୟକ ପ୍ରବାସୀ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ବେହେରା ସେମାନଙ୍କୁ ପ୍ରାପ୍ୟ ଅର୍ଥରାଶି ପ୍ରଦାନ ପରେ ସେମାନେ ଆନ୍ଦୋଳନରୁ ହଟିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ