ଭୟଭୀତ ହେଲେ ହ୍ରାସ ପାଇବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର,୧୨।୫: କରୋନା ଆକ୍ରାନ୍ତ ବ୍ୟକ୍ତି ଭୟଭୀତ ହୁଅନ୍ତୁ ନାହିଁ। ଶରୀରରେ ଭୟ ରହିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏଣୁ ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଖାଇବା ଜରୁରୀ। ଏପରିକି ବିଭିନ୍ନ କାମରେ ନିଜକୁ ନିୟୋଜିତ କରି ଶାରୀରିକ ପରିଶ୍ରମ କରିବା ଉଚିତ। ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସାରଦା ସ୍ବାଇଁ ଜନସାଧାରଣଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ। ରୋଗୀ ଟିକା ମଧ୍ୟ ନେଇପାରିବେ।

Share