ଭଦ୍ରକରେ ଭାରତ ବନ୍ଦ ପ୍ରଭାବ: ଗାଡି ଚଳାଚଳ ବନ୍ଦ

ଭଦ୍ରକ, ୨୧।୮(ସନାତନ ରାଉତ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଭଦ୍ରକ ସହର ବନ୍ତ ଛକଠାରେ ଦଳିତ ସଂଗଠନ ପକ୍ଷରୁ ପ୍ରତିବାଦ ସଭା ସହ ଗାଡି ଚଳାଚଳ ବନ୍ଦ କରାଯାଇଛି l ଭଦ୍ରକରୁ ଭୁବନେଶ୍ୱର, ବାଲେଶ୍ୱର, କେନ୍ଦୁଝର ଆଦି ସ୍ଥାନକୁ ବସ ବନ୍ଦ ରହିଥିବାରୁ ବହୁ ଯାତ୍ରୀ ଅପେକ୍ଷା କରି ବସିଛନ୍ତି l
ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ଜାତି ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆକାମୀ କରିଦେବ ଓ ସାଧାରଣ ବର୍ଗ ବ୍ୟକ୍ତି ମାନେ ଉପକୃତ ହେବେ ବୋଲି ଦଳିତ ସଂଗଠନ ଏହି ରାୟର ପୁନର୍ବିଚାର ପାଇଁ ଦାବି ଉଠିଛି। ଟାଉନ ପୋଲିସ ମୁତୟନ ରହିଥିବା ବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି l ସେହିପରି ଜିଲାର ସମସ୍ତ ବ୍ଲକରେ ମଧ୍ୟ ଦଳିତ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି l