ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ ଅମଳକ୍ଷମ ଅବସ୍ଥାକୁ ଯେତେ ପାଖେଇ ଆସୁଛି, ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ସେତେ ବଢ଼ାଇ ଚାଲିଛି। ଧାନ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହେବା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ‘ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା’ ଶୀର୍ଷକ ଏକ ସଚିତ୍ର ବିସ୍ତୃତ ଖବର ଶନିବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ରବିବାର ଛୁଟି ଦିବସ ସତ୍ତ୍ୱେ କୃଷି ବିଭାଗର ଏକ ଟିମ୍‌ ବରଗଡ଼ ବ୍ଲକ କଲାପାଣିକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରଭାବିତ ଫସଲ ନିରୀକ୍ଷଣ କରିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ(ସିଡିଏଓ) ପ୍ରସନ୍ନ କୁମାର ମିଶ୍ରଙ୍କ ସମେତ ସହକାରୀ କୃଷି ଅଧିକାରୀ ସ୍ନେହଲ ମନ୍ଦିପ, କୃଷି ଅଧିଦର୍ଶିକା କୁନ୍ତି ପ୍ରଧାନ, ଦିଲୀପ ଦାଶ ପ୍ରମୁଖ ଏହି ଟିମ୍‌ରେ ଥିଲେ। କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟିଙ୍କ ଚାଷଜମିକୁ ପହଞ୍ଚିଥିଲେ। ସେତେବେଳେ ଚାଷୀ ନେକାଣ୍ଟି ଚକଡ଼ା ପ୍ରଭାବିତ ଧାନ ଫସଲରେ କୀଟନାଶକ ସିଞ୍ଚନ କରୁଥିଲେ। ପ୍ରଭାବିତ ଫସଲରେ ପ୍ରୟୋଗ କରୁଥିବା କୀଟନାଶକକୁ ଉକ୍ତ ଟିମ୍‌ ଦେଖିଥିଲେ ଏବଂ ସେହି କୀଟନାଶକ ପ୍ରୟୋଗ ସତ୍ତ୍ୱେ ଚକଡ଼ା ପ୍ରତିହତ ନ ହେଲେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଥିଲେ। ସେହିପରି ଚକଡ଼ା ଅଧିକ ବ୍ୟାପିଲେ ରିହାତିରେ କୀଟନାଶକ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ତାଙ୍କୁ ଉକ୍ତ ଟିମ୍‌ କହିଥିବା ଚାଷୀ ନେକାଣ୍ଟି ପ୍ରକାଶ କରିଛନ୍ତି।
ତେବେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ଏବଂ ବିଲରେ ରହିଥିବା ପାଣି ଯୋଗୁ ବିଭିନ୍ନ ରୋଗପୋକର ପ୍ରାଦୁର୍ଭାବ ଦେଖାଯାଉଥିବା ଯୋଗୁ କୃଷି ବିଭାଗ ସହିତ ଯୋଗାଯୋଗ କରି କେବଳ ଅନୁମୋଦିତ କୀଟନାଶକ ପ୍ରୟୋଗ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀଙ୍କୁ ପରାମର୍ଶ ଦେବା ସହିତ ସଚେତନ କରାଇଥିଲେ। ସେହିପରି ସାମ୍ପ୍ରତିକ ଧାନ ଫସଲରେ ରୋଗପୋକ ଉପଦ୍ରବ ସମ୍ଭାବନାକୁ ଦୃଷ୍ଟିରେ ରଖି ସେଥିପ୍ରତି ସଜାଗ ରହିବା ସହିତ ନିୟମିତ ସର୍ବେକ୍ଷଣ, ଉପଯୁକ୍ତ କୀଟନାଶକ ଅନୁମୋଦନ କରିବା ପାଇଁ ସମସ୍ତ କୃଷି ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି। ଅନ୍ୟପଟେ ଏଭଳି ସ୍ଥଳେ ଚାଷୀମାନେ ମଧ୍ୟ କୃଷି ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଫସଲ ସ୍ଥିତି ଉପରେ ଅବଗତ କରିବା ଏବଂ ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ପ୍ରକାଶଥାଉ କି, ଗତ କିଛିଦିନ ହେଲା, ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ ରୋଗପୋକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। କିଛିଦିନ ତଳେ ବରଗଡ଼ ବ୍ଳକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ, ଖଣ୍ଡହଥା ଅଞ୍ଚଳର ଧାନକେଣ୍ଡା ଅଗାଡ଼ି ହୋଇ ଯାଉଥିବା ପରିଲକ୍ଷିତ ହୋଇଥିଲା। ତେବେ ତାହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ହେଉଣୁ ଗାଇସୀମା, କଲାପାଣି ଆଦି ଅଞ୍ଚଳରେ ଧାନ ଫସଲରେ ଚକଡ଼ା ରୋଗପୋକ ଉପଦ୍ରବ ଆରମ୍ଭ ହୋଇଥିବା ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତିରେ ପ୍ରଭାବିତ ଫସଲରେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରା ନ ଗଲେ ତାହା ସବୁଆଡ଼େ ବ୍ୟାପୀ ଫସଲକୁ ଧୂଳିସାତ୍‌ କରି ଦେବାର ଆଶଙ୍କା ରହିଛି। ସେହିପରି କୃଷି ବିଭାଗ ମଧ୍ୟ ଏଥିପ୍ରତି ସଚେତନ ହୋଇ ଚାଷୀଙ୍କୁ ଉଚିତ ପରାମର୍ଶ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ସେଥିପ୍ରତି ସଜାଗ ରହି ବିହିତ ପଦକ୍ଷେପ ନେବାକୁ ଜିଲାର ସମସ୍ତ କୃଷି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri