କୋରାପୁଟ,୨୬।୧୧(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁ କୋରାପୁଟ ଜିଲାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ବ୍ୟାଙ୍କଗୁଡିକ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ଦୋକାନବଜାର ବନ୍ଦରହିଛି। ସକାଳୁ ପ୍ରାୟ ସବୁଠି ପିକେଟିଂ, ରାସ୍ତାରୋକ କରାଯାଇଛି।