ପାଟଣାରେ ଓଡ଼ିଶା ବନ୍ଦର ପ୍ରଭାବ: ଏନ୍‌ଏଚ ୪୯ ନିହ୍ନୁଆଁ ନିକଟରେ କଂଗ୍ରେସର ରାସ୍ତାରୋକୋ

ପାଟଣା ,୧୫।୭(ସ୍ବ.ପ୍ର.): ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଗୁରୁବାର ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲା ପାଟଣା ବ୍ଲକରେ ମଧ୍ୟ ପଡିଛି। ସିପିଆଇଏମ ପକ୍ଷରୁ ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। ଓଡିଶା ବନ୍ଦକୁ ସମର୍ଥନ କରି ଗୁରୁବାର ସକାଳ ୬ରୁ ତୁରୁମୁଙ୍ଗା ସହରରେ ପିକେଟିଂ କରାଯାଇଛି। ଏଥିସହ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ କଂଗ୍ରେସ ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟକ ଗାଡିମଟର ଅଟକି ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ବନ୍ଦ ସକାଳ ୬ରୁ ଦିନ ୧୨ଟା ଯାଏଁ ଜାରି ରହିବ ବୋଲି ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ କହିଛନ୍ତି।

Share