ଯୁଦ୍ଧର ପ୍ରଭାବ, ୩୦ ଲକ୍ଷ ୟୁକ୍ରେନ୍‌ ଶିଶୁଙ୍କ ପାଠପଢ଼ା ବନ୍ଦ…

କ୍ୱିଭ୍‌, ୮।୬ : ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ଜୀବନ ସଙ୍କଟ ଜନକ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ ସାଜିଛନ୍ତି। ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଯୁଦ୍ଧ ପ୍ରଭାବରେ ୩୦ ଲ’ ୟୁକ୍ରେନ୍‌ ଶିଶୁଙ୍କ ପାଠପଢ଼ା ବନ୍ଦ ହୋଇ ଯାଇଛି।

ରୁଷିଆ କ୍ରମାଗତ ଭାବେ ୟୁକ୍ରେନ୍‌ର ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରୁଛି। ରୁଷିଆ ଆକ୍ରମଣରେ ୟୁକ୍ରେନର ୧୧୩ଟି ଚର୍ଚ୍ଚ ଧ୍ୱଂସ ହୋଇଯାଇଛି।

ଇତିମଧ୍ୟରେ ରୁଷିଆ ଦାବି କରିଛି ଯେ ଏକ ସପ୍ତାହ ମଧ୍ୟରେ ଦୃଢ଼ ପଦକ୍ଷେପ ଏବଂ ଅଧିକ ସୈନ୍ୟ ମୁତୟନ ଯୋଗୁ ପୂର୍ବ ୟୁକ୍ରେନର ବଡ଼ ଅଂଶ ରୁଷିଆ ଦଖଲକୁ ଆସିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ କହିଛନ୍ତି ଯେ ରୁଷିଆର ସୈନ୍ୟମାନେ ଲୁହାନସ୍କ ଅଞ୍ଚଳର ୯୭ ପ୍ରତିଶତ ଅଞ୍ଚଳ ନିଜ ଦଖଲକୁ ନେଇଛନ୍ତି।

Share