କେନ୍ଦୁଝର,୨୬।୫(ସ୍ବ.ପ୍ର.): ବାତ୍ୟା ୟାସ୍ର ଭୟାବହକୁ ଦେଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସକାଳ ୮ଟା ସୁଦ୍ଧା ୧୪,୯୬୨ ଜଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡ୍ଲାଇନ୍ ମାନିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ମଙ୍ଗଳବାର ରାତିରୁ ଜିଲାରେ ବର୍ଷା ସହିତ ପବନ ହେଉଥିବା ବେଳେ ଆନନ୍ଦପୁର ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଛି।