Categories: ବାଣିଜ୍ୟ

ଭୁଟାନ୍‌ ରାଜାଙ୍କୁ ଭେଟିଲେ ଇମ୍ଫା ଏମ୍‌ଡି

ଭୁବନେଶ୍ୱର,୧।୧1(ଅନୁରାଧା ମହାରଣା): ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଗତ ସପ୍ତାହ ଭୁଟାନ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ଭୁଟାନ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍‌ ଏବଂ ପ୍ରଧାନମନ୍ତ୍ରୀ ଡ. ଲୋଟେ ଶେରିଙ୍ଗ୍‌ଙ୍କ ସହିତ ଭୁଟାନ ରାଜକୀୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପ୍ରମୁଖ ଶିଳ୍ପପତିଙ୍କୁ ସାକ୍ଷାତ କରିଛନ୍ତି। ଏ ଅବସରରେ ବିଭିନ୍ନ ବ୍ୟବସାୟିକ ଦିଗ ଉପରେ ଆଲୋଚନା କରାଯାଇଛି। ଏହାସହିତ ରାଷ୍ଟ୍ରଦୂତ ସୁଧାକର ଡାଲେଲା ଥିମ୍ପୁଠାରେ ଅବସ୍ଥିତ ଭାରତୀୟ ଦୂତାବାସରେ ଉକ୍ତ ପ୍ରତିନିଧି ଦଳକୁ ଭବ୍ୟ ସ୍ବାଗତ କରିଥିଲେ। ଏହି ଗସ୍ତ ଅବସରରେ ପଣ୍ଡା କହିଛନ୍ତି ଯେ, ଭାରତର ନିକଟତମ ପଡ଼ୋଶୀ ରାଷ୍ଟ୍ର ମଧ୍ୟରୁ ଭୁଟାନ ଅନ୍ୟତମ ପ୍ରମୁଖ ସହଯୋଗୀ ରାଷ୍ଟ୍ର ଓ ଫିକି ପକ୍ଷରୁ ବିଶେଷ ଭାବେ ଘରୋଇ କ୍ଷେତ୍ରରେ ଅଧିକରୁ ଅଧିକ ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ ଏନ୍‌ଗେଜ୍‌ମେଣ୍ଟ ପାଇଁ ସହାୟତା ଯୋଗାଇ ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ଦଳରେ ଫିକିର ଉପସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ ଏବଂ ସାଧାରଣ ସମ୍ପାଦକ ଶୈଲେଶ ପାଠକ ସାମିଲ ଥିଲେ।

Share