କାଳିଆପାଣି,୧୭।୪(ଡି.ଏନ.ଏ.): ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍ଡ ସ୍କିଲ୍ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ ଏବଂ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମେକାଟୋନିକ୍ସ ବିଭାଗ ନିର୍ଦ୍ଦେଶକ ପି.କେ. ବେହେରା, ପ୍ରିନି୍ସପାଲ ସଂଗ୍ରାମ ଗୋପାଲ ଶନିବାର ଯାଜପୁର ଜିଲା କାଳିଆପାଣିସ୍ଥିତ ଇମ୍ଫାର ସୁକିନ୍ଦା ଏବଂ ମହାଗିର କ୍ରୋମାଇଟ ଖଣିର ବିଭିନ୍ନ କାର୍ଯ୍ୟସ୍ଥଳୀ ପରିଦର୍ଶନ କରିଛନ୍ତି। ଇମ୍ଫାର ଖଣି ସୁରକ୍ଷା ତଥା ଉନ୍ନତ ବୈଷୟିକ ଜ୍ଞାନକୌଶଳ ପଦ୍ଧତି ଅବଲମ୍ବନ କରି କ୍ରୋମ୍ ଉତ୍ତୋଳନକୁ ପରିଦର୍ଶକ ମଣ୍ଡଳୀ ଅତି ନିକଟରୁ ଦେଖି ଖୁସିବ୍ୟକ୍ତ କରିଥିବା ବେଳେ ଇମ୍ଫାକୁ ଉଚ୍ଚ ପ୍ରଶଂସା କରିଥିଲେ। ଇମ୍ଫାର କାର୍ଯ୍ୟକାରୀ ମୁଖ୍ୟ ତଥା ବରିଷ୍ଠ ମହାପ୍ରବନ୍ଧକ ଇଂ. ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ରହି ଖଣିରେ ଚାଲିଥିବା ବିଭିନ୍ନ କାର୍ଯ୍ୟଶୈଳୀର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଇମ୍ଫା ଆନ୍ତର୍ଜାତିକସ୍ତରର କାର୍ଯ୍ୟଶୈଳୀ, କର୍ମଚାରୀଙ୍କ ଉନ୍ନତ ଦକ୍ଷତା, ଗୁଣବତ୍ତା ଏବଂ ମାନଦଣ୍ଡ ବଜାୟ ରଖିଥିବାରୁ ବିଶ୍ୱ ଦକ୍ଷତା ପ୍ରତିଷ୍ଠାନର ପ୍ରତିନିଧିମାନେ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ।