Categories: ଜାତୀୟ

ସନ୍ଦିଗ୍ଧ ଡ୍ରୋନ ଦେଖିବା ପରେ ବନ୍ଦ ହେଲା ଇମ୍ଫାଲ ବିମାନ ବନ୍ଦର

ଇମ୍ଫାଲ,୧୯।୧୧: ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ଅଜ୍ଞାତ ମାନବ ବିହୀନ ବିମାନ ଯାନ କିମ୍ବା ଡ୍ରୋନ ବାୟୁମଣ୍ଡଳରେ ନଜର ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ, ଇମ୍ଫାଲକୁ ଆସୁଥିବା ଓ ଯାଉଥିବା କିଛି ବିମାନକୁ ବାତିଲ କରାଯାଇଛି। ଏହି ସମୟରେ, ଅନ୍ୟ ପଟୁ ଆସୁଥିବା ବିମାନଗୁଡ଼ିକୁ ଇମ୍ଫାଲ ଏୟାରଫିଲ୍ଡରୁ ଫେରାଇ ଆଣିବାକୁ ପଡିଛି। ସେମାନଙ୍କୁ ଅନ୍ୟ ଗନ୍ତବ୍ୟସ୍ଥଳକୁ ଡାଇଭର୍ଟ କରାଯାଇଛି।

Share