Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମରେ ନୂତନ ନୀତି ପ୍ରଣୟନ

ଭୁବନେଶ୍ୱର,୮।୮ (ଅଭୟ ଦାଶ) :ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ନୀତି ‘ ନ୍ୟୁ ଜେଣ୍ଡର ରିଆଫାରମେଶନ ପଲିସି’ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀରେ କାର୍ଯ୍ୟରତ ଏଲ୍‌ଜିବିଟିକ୍ୟୁ+କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ କ୍ଷତିପୂରଣ ନୀତି ପ୍ରଣୟନ ହୋଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର ଓ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ସହିତ ଛତିଶଗଡ଼ର ଆଇକନିକ ଆଲୁମିନିୟମ ଉପତ୍ାଦକ ବାଲ୍‌କୋରେ ମଧ୍ୟ ଏହି ନୀତିକୁ କାର୍ଯ୍ୟକାରୀ କରିଛି। ଏହା ପୂର୍ବରୁ କମ୍ପାନୀର ବାଲ୍‌କୋ ୟୁନିଟରେ ୨ଜଣ ଟ୍ରାନ୍ସଜେଣ୍ଡର ପ୍ରଫେସନାଲଙ୍କୁ ଉକ୍ତ ନୀତି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି। ବିଶେଷକରି ବେଦାନ୍ତ ଆଲୁମିନିୟମର ନୂଆ ଲିଙ୍ଗ ପୁନଃପ୍ରମାଣ ପତ୍ର ଓ କ୍ଷତିପୂରଣ ନୀତି ଟ୍ରାନ୍‌ସଜେଣ୍ଡର କର୍ମଚାରୀମାନଙ୍କୁ ୨ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବ, ଯାହା ଲିଙ୍ଗ ପୁନଃନିର୍ମାଣ ସର୍ଜରି ସହିତ ଜଡ଼ିତ ଖର୍ଚ୍ଚ ବହନ କରିବାରେ ସହାୟକ ହେବ। ଏପରିକି ଅତିରିକ୍ତ ଭାବେ କମ୍ପାନୀ ଏକ ୩୦ ଦିନିଆ ଛୁଟି ପ୍ରଦାନ କରିବ, ଫଳରେ କର୍ମଚାରୀମାନେ ଉପଯୁକ୍ତ ଯତ୍ନ ପାଇଁ ଆବଶ୍ୟକ ସମୟ ପାଇପାରିବେ। ସେହିଭଳି କମ୍ପାନୀ ପ୍ରତ୍ୟେକ ସ୍ଥାନରେ ଉକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ବିଶ୍ୱସ୍ତରୀୟ ଆବାସିକ ଟାଉନଶିପ ପ୍ରତିଷ୍ଠା କରିଛି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଓଓ (ଆଲୁମିନିୟମ ବିଜ୍‌ନେସ) ସୁନୀଲ ଗୁପ୍ତା କହିଛନ୍ତି, ଆମର ସମସ୍ତ ଭୂମିକା ଜେଣ୍ଡର ଆଗ୍ନୋଷ୍ଟିକ ହୋଇଥିବାବେଳେ ନିଯୁକ୍ତି ପଦ୍ଧତି କେବଳ ପ୍ରତିଭା ଓ ଦକ୍ଷତା ଉପରେ ନିର୍ଭର କରିଥାଏ। ସେହିଭଳି ବେଦାନ୍ତ ଲିମିଟେଡର ସିଏଚ୍‌ଆରଓ (ଆଲୁମିନିୟମ ବିଜ୍‌ନେସ) ଦିଲ୍ଲୀପ ସିହ୍ନା କହିଛନ୍ତି, ଆମେ ଏହି ନୂତନ ନୀତିକୁ ସ୍ବୀକାର କରୁଛୁ, ଏପରିକି ଏହି ଯାତ୍ରା ଗଭୀର ପରିବର୍ତ୍ତନଶୀଳ ପ୍ରଭାବ ପ୍ରକାଇବ। ଏହା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ। ସେହିପରି ଟ୍ରାନ୍‌ସଜେଣ୍ଡର କଲ୍ୟାଣ ସମିତିର ସଦସ୍ୟ ତଥା ଛତିଶଗଡ଼ର ମିଟୱା ସଂକଳ୍ପ ସମିତିର ସଭାପତି ବିଦ୍ୟା ରାଜପୁତ କହିଛନ୍ତି, ଲିଙ୍ଗ ପୁନଃନିଶ୍ଚିତୀକରଣ ଯାତ୍ରାରେ ଟ୍ରାନ୍‌ସଜେଣ୍ଡର କର୍ମଚାରୀଙ୍କୁ ଏହା ବହୁତ ସହାୟତା କରିବ। ସେଥିପାଇଁ କମ୍ପାନୀର ପ୍ରୟାସକୁ ଆମେ ସାଧୁବାଦ ଜଣାଉଛୁ।

Share