Categories: ଜାତୀୟ

ୟୁସିସି ଲାଗୁ କରିବା ନୁହେଁ ସହଜ: ଗୁଲାମନବୀ…

ଶ୍ରୀନଗର,୮।୭ : ୫୦ ବର୍ଷ ଧରି କଂଗ୍ରେସରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହା ସମସ୍ତ ଧର୍ମ ଉପରେ ପ୍ରଭାବ ପକାଇବ ବୋଲି ଆଜାଦ କହିଛନ୍ତି। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ସେ ଏହା ମଧ୍ୟ କହିଛନ୍ତି ଧାରା ୩୭୦ ରଦ୍ଦ କରିବା ଭଳି ୟୁସିସି କାର୍ଯ୍ୟକାରୀ କରିବା ସହଜ ହେବ ନାହିଁ।

ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ର ମୁଖ୍ୟ ଆଜାଦ କହିଛନ୍ତି, ’ୟୁସିସି ଲାଗୁ କରିବାର କୌଣସି ପ୍ରଶ୍ନ ନାହିଁ। ସମସ୍ତ ଧର୍ମ ଏଥିରେ ଅନ୍ତର୍ଭୁକ୍ତ। କେବଳ ମୁସଲମାନ ନୁହଁନ୍ତି, ଶିଖ, ଖ୍ରୀଷ୍ଟିଆନ, ଆଦିବାସୀ, ଜୈନ ଏବଂ ପାର୍ସୀଙ୍କୁ ମଧ୍ୟ ଏହା ଅସନ୍ତୁଷ୍ଟ କରିବ। ସମସ୍ତ ଲୋକଙ୍କୁ ଅସନ୍ତୁଷ୍ଟ କରିବା କୌଣସି ସରକାର ପାଇଁ ଭଲ ହେବ ନାହିଁ। ସେଥିପାଇଁ ମୁଁ ସରକାରଙ୍କୁ ଏହି ପଦକ୍ଷେପ ନେବା ନେଇ ଚିନ୍ତା ନ କରିବାକୁ ପରାମର୍ଶ ଦେଉଛି।

Share