ଖାଇବାତେଲର ଆମଦାନୀ ଶୁଳ୍କ କୋହଳ

ନୂଆଦିଲ୍ଲୀ,୨୩।୧୨: ଦରଦାମ ବୃଦ୍ଧି ହ୍ରାସ କରିବା ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି। ଏପରିକି ଖାଇବାତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କୋହଳ ନିଷ୍ପତ୍ତିକୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ରିଫାଇନ୍‌ ସୋୟାବିନ ତେଲ ଓ ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ପାଇଁ ଆମଦାନୀ ଶୁଳ୍କ ୧୭.୫% ରୁ ହ୍ରାସକରି ୧୨.୫% କରିଥିଲେ। ଏପରିକି ଶୁଳ୍କ ହ୍ରାସର ଏହି ନିୟମ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ଥିଲା। ଅପରପକ୍ଷରେ କେନ୍ଦ୍ର ସରକାର ଶୁକ୍ରବାର ରିଫାଇନ୍‌ ସୋୟାବିନ ତେଲ ଓ ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ପାଇଁ ଆମଦାନୀ ଶୁଳ୍କକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏପରିକି ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲରେ ଆମଦାନୀ ଶୁଳ୍କ ୧୭.୫% ବଦଳରେ କ୍ରେତା ୧୨.୫% ଶୁଳ୍କ ଦେବେ। ବିଶେଷକରି ଆମଦାନୀ ଶୁଳ୍କ କମ୍‌ ହେଲେ ଖାଇବାତେଲ ଦର ବୃଦ୍ଧି ହେବ ନାହିଁ ବୋଲି ଆକଳନ କରାଯାଉଛି। ସେହିଭଳି ଭାରତ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ୍‌ ତେଲର ଏକ ବଡ଼ ଅଂଶ ଆମଦାନୀ କରିଥାଏ। ସେହିପରି ଭାରତରେ ସୋରିଷ ତେଲ, ସୋୟାବିନ୍‌ ଏବଂ ସୂର୍ଯ୍ୟମୁଖୀ ତେଲ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ଉଲ୍ଲେଖଯୋଗ୍ୟ, ଖାଇବା ତେଲର ୨ୟ ବଡ଼ ଉପଭୋକ୍ତା ରାଷ୍ଟ୍ର ଭାବେ ଭାରତ ଗଣାଯାଉଥିବାବେଳେ ଏହା ଆମଦାନୀରେ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri