Categories: ବାଣିଜ୍ୟ

ଖାଇବାତେଲର ଆମଦାନୀ ଶୁଳ୍କ କୋହଳ

ନୂଆଦିଲ୍ଲୀ,୨୩।୧୨: ଦରଦାମ ବୃଦ୍ଧି ହ୍ରାସ କରିବା ପାଇଁ ସରକାର କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି। ଏପରିକି ଖାଇବାତେଲର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କୋହଳ ନିଷ୍ପତ୍ତିକୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ରିଫାଇନ୍‌ ସୋୟାବିନ ତେଲ ଓ ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ପାଇଁ ଆମଦାନୀ ଶୁଳ୍କ ୧୭.୫% ରୁ ହ୍ରାସକରି ୧୨.୫% କରିଥିଲେ। ଏପରିକି ଶୁଳ୍କ ହ୍ରାସର ଏହି ନିୟମ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ଥିଲା। ଅପରପକ୍ଷରେ କେନ୍ଦ୍ର ସରକାର ଶୁକ୍ରବାର ରିଫାଇନ୍‌ ସୋୟାବିନ ତେଲ ଓ ରିଫାଇନ୍‌ ସନ୍‌ଫ୍ଲାୱାର ତେଲ ପାଇଁ ଆମଦାନୀ ଶୁଳ୍କକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏପରିକି ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲରେ ଆମଦାନୀ ଶୁଳ୍କ ୧୭.୫% ବଦଳରେ କ୍ରେତା ୧୨.୫% ଶୁଳ୍କ ଦେବେ। ବିଶେଷକରି ଆମଦାନୀ ଶୁଳ୍କ କମ୍‌ ହେଲେ ଖାଇବାତେଲ ଦର ବୃଦ୍ଧି ହେବ ନାହିଁ ବୋଲି ଆକଳନ କରାଯାଉଛି। ସେହିଭଳି ଭାରତ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ୍‌ ତେଲର ଏକ ବଡ଼ ଅଂଶ ଆମଦାନୀ କରିଥାଏ। ସେହିପରି ଭାରତରେ ସୋରିଷ ତେଲ, ସୋୟାବିନ୍‌ ଏବଂ ସୂର୍ଯ୍ୟମୁଖୀ ତେଲ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ଉଲ୍ଲେଖଯୋଗ୍ୟ, ଖାଇବା ତେଲର ୨ୟ ବଡ଼ ଉପଭୋକ୍ତା ରାଷ୍ଟ୍ର ଭାବେ ଭାରତ ଗଣାଯାଉଥିବାବେଳେ ଏହା ଆମଦାନୀରେ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି।

Share