ଖର୍ଚ୍ଚରେ ସ୍ବଚ୍ଛତା ରଖିବାକୁ ୫-ଟି ସଚିବଙ୍କ ଗୁରୁତ୍ୱ

ଯାଜପୁର/ଯାଜପୁର ରୋଡ୍‌/କଳିଙ୍ଗନଗର,୨ା୯(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ଶୁଭାଶିଷ ରାଉତ)
ଯାଜପୁର ଜିଲାର ବ୍ୟାସନଗର, ରସୁଲପୁର ବ୍ଲକର ବ୍ରହ୍ମବରଦା, ସୁକିନ୍ଦା ବ୍ଲକ ନଛିପୁରା ଏବଂ ଯାଜପୁର ଟାଉନରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ମହଲରୁ ଶତାଧିକ ଦରଖାସ୍ତ ଗ୍ରହଣ ହୋଇଛି। ଏଗୁଡ଼ିକର ସମାଧାନ ପାଇଁ ଅଫିସରମାନେ ଦାୟିତ୍ୱ ନେବେ। ଗୋଟିଏ ବି ଦରଖାସ୍ତ ଛଡ଼ାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଆଦି ନିର୍ମାଣ ଦାବି ଉପରେ ୭ ଦିନ ମଧ୍ୟରେ ଅର୍ଥ ମଞ୍ଜୁର କରି ଖୁସି ଖବର ଦେବେ। ଗୋଟିଏ ପଞ୍ଚାୟତରୁ ଯଦି ଅଧିକ କମ୍ୟୁନିଟି ସେଣ୍ଟର ଦାବି ହୋଇଥିବ, ତେବେ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହେଉଥିବା ଅର୍ଥର ସ୍ବଚ୍ଛତା ସହ ଖର୍ଚ୍ଚ କରିବାକୁ ସଚିବ ପାଣ୍ଡିଆନ ଅନୁରୋଧ କରିଛନ୍ତି। ଶୁକ୍ରବାର ବ୍ୟାସନଗର ପୌର ପରିଷଦ ଚାନ୍ଦମା ପଡିଆଠାରେ ଅନୁଷ୍ଠିତ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମରେ ୫-ଟି ସଚିବ ଉପରୋକ୍ତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ମଞ୍ଜୁର ଅର୍ଥର ଠିକ୍‌ ବିନିଯୋଗ କଲେ ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇପାରିବେ।
ରସୁଲପୁର ଏବଂ କୋରେଇ ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଚାଷୀମାନଙ୍କ ପାଇଁ ରୌଦ୍ରପୁର ଓ ତୁଳସୀପୁରଠାରେ ଏକ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୯୦ କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ୧୨ ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଥିରେ ୧୦ ହଜାର ଏକର ଜମିରେ ପାଣି ମାଡ଼ିବ। ଏହାସହ ପାଣିକୋଇଲିଠାରେ ଏକ ଟ୍ରମା କେୟାର ସେଣ୍ଟର ନିର୍ମାଣ ହେଉଛି। ଏଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପକୁ ୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହାବାଦ୍‌ କୋରେଇ ସିଏଚ୍‌ସିର ଉନ୍ନତୀକରଣ ପାଇଁ ୨୦ କୋଟି ଟଙ୍କା, ସାଲବା, ବନ୍ଦାଳୋ, ମୁକୁନ୍ଦପୁର, ପୂର୍ବକୋଟ ଓ ବରୁଣ୍ଡେଇ ନଦୀବନ୍ଧ ରାସ୍ତା ପାଇଁ ୫୦ କୋଟି, ଏନ୍‌ଏଚ୍‌-୧୬ରୁ ଅଟଳପୁର ରାସ୍ତା ପାଇଁ ୧୫ କୋଟି, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୬୨ କୋଟି, ମୁକୁନ୍ଦପୁର ବ୍ରିଜ୍‌ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫-ଟି ସଚିବ ପାଣ୍ଡିଆନ କହିଛନ୍ତି।
ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି। ଖାଲି ପଡ଼ିଥିବା ଦୋକାନ ଗୃହଗୁଡ଼ିକୁ ମିଶନ ଶକ୍ତି ମହିଳାମାନଙ୍କୁ ବିନା ଟଙ୍କାରେ ଭଡ଼ାରେ ଦିଆଯିବ। ସେଭଳି ଦୋକାନ ଗୃହଗୁଡ଼ିକୁ ଚିହ୍ନଟ କରି ବିଡିଓଙ୍କୁ ଜଣାଇଲେ ତାହା କାର୍ଯ୍ୟକାରୀ ହେବ। ସ୍ବାସ୍ଥ୍ୟସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଓ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରି ସାରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଏହାପୂର୍ବରୁ ଚାନ୍ଦମା ପଡ଼ିିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପାଣ୍ଡିଆନ ଓହ୍ଲାଇଥିବାବେଳେ ତାଙ୍କୁ ମହିଳାମାନେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିଲେ। ଏପରି କି କେତେଜଣ ମହିଳା ପଣତକାନିରେ ତାଙ୍କ ମୁହଁର ଝାଳକୁ ପୋଛି ଦେଇଥିବା ଦେଖିବାକୁ ମିଳିଥିଲା।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ନଛିପୁରା ପଞ୍ଚାୟତଠାରେ ପାଣ୍ଡିଆନ ପହଞ୍ଚତ୍ ପିଇବା ପାଣି ପାଇଁ ଯେଉଁ ସବୁ ଅଭିଯୋଗ ଆସିଛି ୨ ଦିନ ମଧ୍ୟରେ ତାହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ ସୁକିନ୍ଦା ବ୍ଲକର ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ୩୪୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କାମ ଆସନ୍ତା ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ ହେବ। ଚାଷୀମାନଙ୍କ ପାଇଁ ୧୦୪ କୋଟି ଟଙ୍କାର ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଲିଛି। ଏଥିରେ ୯ ହଜାର ହେକ୍ଟର ଜମି ଜଳ ସେଚିତ ହେବ। ସେହିପରି ସୁକିନ୍ଦା ସିଏଚ୍‌ସିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେବା ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ଓ ପାଣ୍ଡରା ନାଳ ଉପରେ ସେତୁ ନିର୍ମାଣ ପାଇଁ ୨.୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ୫-ଟି ସ୍କୁଲ କାମ ଶେଷ ହେବ। ଏହାବାଦ ଟାଟା ଷ୍ଟିଲ୍‌-ମୂଳାସାର ରାସ୍ତା ପାଇଁ ୧୦ କୋଟି ଓ ଉଚ୍ଚବାଲି-ବାଙ୍ଗରକୋଟା ରାସ୍ତାର ଉନ୍ନତି ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri