ପ୍ରତିବର୍ଷ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମେ’ ୧୬ରେ ଭାରତୀୟ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟଲକ୍ଷ୍ୟ। ଏଡିସ୍ ପ୍ରଜାତିର ମଶା ଏଡିସ ଏଜିପ୍ଟ ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରିବାର ୩ ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ। ଜ୍ୱର ମୁଣ୍ଡବିନ୍ଧା, ବାନ୍ତି ସହିତ ମାଂସପେଶୀ ଏବଂ ଅଣ୍ଠୁଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୁଏ। ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଶେଷରେ ରୋଗୀର ମୃତ୍ୟୁ ଘଟିଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡେଙ୍ଗୁ ପୃଥିବୀର ୧୨୦ରୁ ଅଧିକ ଦେଶରେ ମହାମାରୀର ମାନ୍ୟତା ଲାଭ କରିଛି। ୧୬୫୩ରେ ପ୍ରଥମେ ଡେଙ୍ଗୁ ଜ୍ୱର ଓ୍ବେଷ୍ଟ ଇଣ୍ଡିଜ୍ରେ ଦେଖାଦେଇଥିଲା ା ୧୭୭୯-୮୦ ରେ ଏହା ଏସିଆ, ଉତ୍ତରଆମେରିକା ଏବଂ ଆଫ୍ରିକାକୁ ବ୍ୟାପିଥିଲା ା ୨୪୧ ବର୍ଷ ତଳେ ଡେଙ୍ଗୁ ଜ୍ୱର ସଂକ୍ରମଣ ଭାରତରେ ୧୭୮୦ ମସହିାରେ ପ୍ରଥମେ ଚେନ୍ନାଇଠାରେ ଦେଖାଇଥିଲା । ତେବେ ଏହି ରୋଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସଚେତନତାକୁ ଗୁରୁତ୍ୱକୁ ଦିଆଯାଉଛି।