Categories: ବାଣିଜ୍ୟ

କୃଷି ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ କମ୍ପାନୀ ଦୋହରାଇଛି। ଏପରିକି ଜୀବିକା ନିର୍ବାହ, କୃଷି ପ୍ରଯୁକ୍ତିବିଦ୍ୟା ଆଦି ବିଷୟରେ ଜ୍ଞାନ ବଢ଼ାଇବା, ନିରନ୍ତର କୃଷି ଅଭ୍ୟାସକୁ ବଢାଇବା ଏବଂ ବୃତ୍ତିଗତ ଅର୍ଥନୀତି ଗଠନ ପାଇଁ ଅନେକ ପଦକ୍ଷେପ ଗ୍ରହଣ ଦ୍ୱାରା କମ୍ପାନୀ କୃଷି ସମ୍ପ୍ରଦାୟ ସହିତ ସକ୍ରିୟ ଭାବେ ଜଡିତ ରହିଛି। ଅପରପକ୍ଷରେ ୧୦,୦୦୦ରୁ ଅଧିକ କୃଷକ ଉକ୍ତ ପ୍ରୟାସରୁ ଉପକୃତ ହୋଇଛନ୍ତି, ଯାହାକି ଓଡ଼ିଶା ଏବଂ ଛତିଶଗଡ଼ ଭଳି ରାଜ୍ୟରେ ଗ୍ରାମାଞ୍ଚଳର ସକାରାତ୍ମକ ପରିବର୍ତ୍ତନକୁ ପ୍ରଭାବିତ କରୁଛି। ସେହିଭଳି ଜୀବିକା ସମୃଦ୍ଧ କାର୍ଯ୍ୟକ୍ରମ ଓଡ଼ିଶାର ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ୍‌ର ମେଗା ଆଲୁମିନିୟମ୍‌ ଅପରେଶନ ପରିସରଠାରେ ନିୟୋଜିତ ହୋଇଛି। ବିଶେଷକରି କ୍ଷୁଦ୍ର କୃଷକମାନଙ୍କୁ ଅଧିକ ଚାଷ ପ୍ରଣାଳୀ ସହିତ ପରିଚିତ କରାଇବାକୁ ଏହା ଜରିଆରେ ଲକ୍ଷ୍ୟ ରଖିାଯାଇଛି। ଏପରିକି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ନିକଟରେ ଆରମ୍ଭ କରାଯାଇଥିଲା, ଏକତ୍ରିତ ଭାବେ ୧୦୦୦ ଗ୍ରାମୀଣ ପରିବାର, ଜଳବାୟୁ-ସ୍ମାର୍ଟ ଅଭ୍ୟାସ ଏବଂ ବର୍ଦ୍ଧିତ କୃଷି ଅମଳ ପାଇଁ ଏକୀକୃତ ଜୈବିକ ଚାଷ ଅଭ୍ୟାସ ତଥା ପରିଚାଳନା ଉପରେ ଧ୍ୟାନ ଦେଇଥିଲେ। ଅଧିକନ୍ତୁ, ଓଡ଼ିଶାର ଲାଞିଗଡ଼ ଆଲୁମିନା ରିଫାଇନେରିଠାରେ କମ୍ପାନୀ ବ୍ୟବସାୟିକ ଯାନ ପାଇଁ ବାୟୋଡିଜେଲକୁ ଆଷ୍ଟେନେବୁଲ୍‌ ଇନ୍ଧନ ବିକଳ୍ପ ଭାବେ ବ୍ୟବହାର କରିବା ପାଇଁ ଟ୍ରାଏଲ୍‌ ରନ୍‌ ସଫଳତାର ସହ ପରିଚାଳନା କରିଛି। ଏହା ବାୟୋ ଇନ୍ଧନ ଫିଡ୍‌ ଷ୍ଟକ୍‌ଗୁଡିକର ଉତ୍ପାଦନକାରୀ ଚାଷ ଏବଂ ଜୈବିବ ଇନ୍ଧନ ଫସଲ ପାଇଁ ଏକ ସ୍ଥାୟୀ ବଜାରକୁ ବୃଦ୍ଧି କରିବ।
ଅପରପକ୍ଷରେ ମୋର ଜଳ ମୋର ମାଟି ପଦକ୍ଷେପ ଛତିଶଗଡ଼ର କୋର୍ବାଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍‌ ଉତ୍ପାଦକ ବାଲ୍‌କୋ ଦ୍ୱାରା କାର୍ଯ୍ୟକାରୀ ହୋଇଛି, ଯାହାକି ନିକଟବର୍ତ୍ତୀ ସମ୍ପ୍ରଦାୟରେ ଫାର୍ମିଂ ଫାର୍ମରେ ବିପ୍ଳବ ଆଣିବାରେ ସାହାଯ୍ୟ କରିବ। ଉକ୍ତ ପ୍ରକଳ୍ପ ସମୁଦାୟ ୩୨ ଗାଁରେ ପହଞ୍ଚତ୍ ୩୬୦୦ରୁ ଅଧିକ କୃଷକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି।

Share