Categories: ବାଣିଜ୍ୟ

ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର ,୫।୬: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ବହୁମୁଖୀ ଋଣ ଶିବିର ଓ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ମୁକୁଲ ଏନ୍‌ ଦାଣ୍ଡିଗେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରାହକମାନଙ୍କୁ ଋଣ ବଣ୍ଟନ ସହ ଡିଏସ୍‌ଏମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ସେମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସେ ବ୍ୟାଙ୍କର ଶାଖା ମୁଖ୍ୟମାନଙ୍କ ସହ ଆଲୋଚନା କରିବା ସହିତ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ୧୦୦ କୋଟି ଟଙ୍କାର ଋଣ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା।

 

Share