Categories: ବାଣିଜ୍ୟ

ଉତ୍ତମ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୯।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଓଡ଼ିଶା ୟୁନିଟ ପାରାଦୀପ, କୋଇଡା ଓ ବଡବିଲ ଭଳି କ୍ଷେତ୍ର ସମେତ ସମ୍ପୃକ୍ତ ଜିଲାର ୭ରୁ ଅଧିକ ଗ୍ରାମପଞ୍ଚାୟତରେ ବସବାସ କରୁଥିବା ୧ ଲକ୍ଷରୁ ଅଧିକ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଫଳରେ ଏଏମଏନ୍‌ଏସ୍‌ ଇଣ୍ଡିଆର ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍‌ ଦ୍ୱାରା ୩ ଜିଲାର ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ବାସ୍ଥ୍ୟସେବା ଓ ଆବଶ୍ୟକ ଚିକିତ୍ସା ଏବଂ ପରାମର୍ଶ ପାଇଁ ବେଶ ଉପକୃତ ହେଉଛନ୍ତି। ଅପରପକ୍ଷରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସିଆର୍‌ ଟିମ୍‌ ଏବଂ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍‌ ନିୟମିତ ଭାବେ କମ୍ପାନୀର କାର୍ଯ୍ୟକ୍ଷେତ୍ର ନିକଟସ୍ଥ ଗ୍ରାମଗୁଡିକୁ ଯାଇ ମାଗଣା ଚିକିତ୍ସା, ଡାକ୍ତରୀ ପରାମର୍ଶ, ପାଥୋଲୋଜିକାଲ୍‌ ଟେଷ୍ଟ୍‌ ଏବଂ ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି। ବିଶେଷ କରି ଅଭିଜ୍ଞ ଡାକ୍ତର, ଫାର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଉକ୍ତ ମେଡିକାଲ ୟୁନିଟ୍‌ ସପ୍ତାହର ନିର୍ଦ୍ଦିଷ୍ଟ ଦିନଗୁଡିକରେ କମ୍ପାନୀର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡିକ ପରିଦର୍ଶନ କରିଥାନ୍ତି। ଏପରିକି ଡାକ୍ତର ଓ ଫାର୍ମାସିଷ୍ଟ ଗୁରୁତର ଥିବା ରୋଗୀଙ୍କ ଘରକୁ ଯାଇ ମଧ୍ୟ ଚିକିସତ୍ା ପ୍ରଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍ତମ ଅଭ୍ୟାସ ଗ୍ରହଣ କରିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ସମାଜର ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ବିଭିିନ୍ନ ସମୟରେ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ପ୍ରସଙ୍ଗରେ ଶିବିରମାନ ମଧ୍ୟ ଆୟୋଜନ କରାଯାଉଛି।

Share