ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୦(ଅଭୟ ଦାଶ): ଦେଶର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର (ଭାରତ) ଆସନ୍ତା ୭ ବର୍ଷ ମଧ୍ୟରେ ପ୍ରାୟ ୧୪୩ ଲକ୍ଷ କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଏକ ରିର୍ପୋଟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ଏପରିକି ମଙ୍ଗଳବାର ରେଟିଂ ଏଜେନ୍ସି କ୍ରିସିଲର ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୨୯-୩୦ ମଧ୍ୟରେ ଭାରତ ପାଖପାଖି ୧୪୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଏଜେନ୍ସି ଉକ୍ତ ଆକଳନ କରିବା ସହ କହିଛି ଯେ, ଏହି ରାଶି ଗତ ୭ ବର୍ଷ (ଆର୍ଥିକ ବର୍ଷ ୨୦୧୬-୧୭ରୁ ୨୦୨୨-୨୩) ମଧ୍ୟରେ ଖର୍ଚ୍ଚ କରାଯାଇଥିବା ୬୭ଲକ୍ଷ କୋଟି ଟଙ୍କା ତୁଳନାରେ ଦୁଇ ଗୁଣାରୁ ଅଧିକ ହେବ ବୋଲି କୁହାଯାଇଛି। ଏପରିକି ସମୀକ୍ଷାଧୀନ ଅବଧି ମଧ୍ୟରେ ମୋଟ ୩୬.୬ ଲକ୍ଷ କୋଟି ଟଙ୍କା କେବଳ ସବୁଜ ପ୍ରକଳ୍ପରେ ଖର୍ଚ୍ଚ କରାଯିବାକୁ ଥିବାବେଳେ ଯାହା ୨୦୧୭-୨୩ ମଧ୍ୟରେ ହୋଇଥିବା ବ୍ୟୟର ୫ଗୁଣାରୁ ବି ଅଧିକ ହେବ ବୋଲି କ୍ରିସିଲ ତା’ର ‘ଇନ୍‌ଫ୍ରାଷ୍ଟ୍ରକ୍ଚର ଇୟର ବୁକ୍‌ ୨୦୨୩’ରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ସେହିଭଳି ଭାରତର ଭିତ୍ତିଭୂମି ବିକାଶ ଖର୍ଚ୍ଚ ୨୦୧୭-୨୦୨୩ ଆର୍ଥିକ ବର୍ଷଗୁଡିକ ତୁଳନାରେ ୨୦୨୪-୩୦ ଆର୍ଥିକ ବର୍ଷ ମଧ୍ୟରେ ଦୁଇ ଗୁଣା ହୋଇ ୧୪୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ଏ ସମ୍ପର୍କରେ କ୍ରିସିଲ ଲମିଟେଡର ଏମ୍‌ଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀଷ ମେହେଟ୍ଟା କହିଛନ୍ତି, ଆମର ଆକଳନ ଅନୁଯାୟୀ ଆର୍ଥିକବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ହାରାହାରି ୬.୭% ହାରରେ ବୃଦ୍ଧି ଘଟିବ। ବିଶେଷକରି ଏହା ଏକ ତ୍ୱରିତ ବୃଦ୍ଧି ପାଉଥିବା ଦେଶ ହୋଇଥିବାବେଳେ ଖୁବଶୀଘ୍ର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଯିବ। ସେହିପରି ଆର୍ଥିକବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ପ୍ରତି ବ୍ୟକ୍ତି ଆୟ ବର୍ତ୍ତମାନର ୨୫୦୦ ଡଲାରରୁ ବଢ଼ି ୪୫୦୦ ଡଲାରକୁ ପହଞ୍ଚତ୍ବ। ଫଳରେ ଭାରତ ଏକ ମଧ୍ୟମ ଆୟକାରୀ ଦେଶରେ ପରିଣତ ହେବ। ଅପରପକ୍ଷରେ ମେହେଟ୍ଟା କହିଛନ୍ତି, ନୀତିଗତ ହସ୍ତକ୍ଷେପ ଓ ଅନୁକୂଳ ନିବେଶ ପରିବେଶ ସହଯୋଗରେ ଏହା ସମ୍ଭବ ହେବ। ଏପରିକି ସବୁକ୍ଷେତ୍ରରେ ‘କ୍ରିସିଲ ଇନ୍‌ଫ୍ରାଇନଭେକ୍ସ’ ସ୍କୋରରେ ବୃଦ୍ଧି ହୋଇଛି, କ୍ରିସିଲ ଇନଫ୍ରାଷ୍ଟ୍ରକ୍ଚର ଇୟରବୁକ୍‌ ୨୦୨୩ରେ ଏକ ନୂଆ ଜାତୀୟ ସୂଚକାଙ୍କ ‘କ୍ରିସିଲ ଇନଫ୍ରାଇନଭେକ୍ସ’କୁ ସାମିଲ କରିଛନ୍ତି। ଯାହା ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରିତ ରହିଛି, ମେହେଟ୍ଟା କହିଛନ୍ତି ଯେ ସଡକ ଓ ରାଜମାର୍ଗ, ବିଦ୍ୟୁତ ଟ୍ରାନ୍ସମିଶନ, ରିନେଓ୍ବେଲ ଏନର୍ଜୀ ଓ ବନ୍ଦର କ୍ଷେତ୍ରର ମୋଟ ସ୍କୋର ୧୦ରେ ୭ରୁ ଅଧିକ ରହିଛି, ଯାହା ଗତ କିଛି ବର୍ଷରେ ହୋଇଥିବା ସୁଧାର ଓ ବୃଦ୍ଧିର ଗତିକୁ ଦର୍ଶାଉଛି।
ରେଟିଂ ଏଜେନ୍ସି କହିଛିି, ଭିତ୍ତିଭୂମି ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକଳ୍ପଗୁଡ଼ିକ ହାରାହାରି ଆକାରରେ ବୃଦ୍ଧି ହେବ ଓ ଏଥିରେ ବହୁ ସଂଖ୍ୟାରେ ବିଶାଳ ପ୍ରକଳ୍ପ ସବୁ ଯୋଡ଼ି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri