Categories: ବାଣିଜ୍ୟ

ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଓଏସ୍‌ଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୮।୬: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ପକ୍ଷରୁ କଟକ ଶିଖରପୁରସ୍ଥିତ ଆରୋଗ୍ୟ ନୀଳୟ ଫିଜିଓଥେରାପି ସେଣ୍ଟରକୁ ଏକ ଅତ୍ୟାଧୁନିକ ୱିନ୍‌ଲିଜ ଲେଜର ଥେରାପି ମେଶିନ ପ୍ରଦାନ କରାଯାଇଛି। ବିଶେଷକରି ରୋଗୀମାନଙ୍କୁ ଅତ୍ୟାଧୁନିକ ଫିଜିଓଥେରାପି ଚିକିସତ୍ା ସେବା ଯୋଗାଇ ଦେବା ପାଇଁ କମ୍ପାନୀ ପକ୍ଷରୁ ଉକ୍ତ ମେଶିନ ସମ୍ପୃକ୍ତ କେନ୍ଦ୍ରକୁ ଦାନ ଆକାରରେ ଦିଆଯାଇଛି। ଏ ସଂକ୍ରାନ୍ତରେ ଆରୋଗ୍ୟ ନୀଳୟ ପିଜିଓଥେରାପି ସେଣ୍ଟରକୁ ଓଏସ୍‌ଏଲ୍‌ ପକ୍ଷରୁ ଅବଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଏସ୍‌ଏଲ୍‌ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ମେଶିନ ଆରୋଗ୍ୟ ନୀଳୟ ପିଜିଓଥେରାପି ସେଣ୍ଟରକୁ ଦିଆଯାଇଛି। ଏ ସମ୍ପର୍କରେ ଓଏସ୍‌ଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ପି.କେ. ପଣ୍ଡା କହିଛନ୍ତି, ସମ୍ପୃକ୍ତ ସେଣ୍ଟରକୁ ଚିକିସତ୍ା ପାଇଁ ଆସୁଥିବା ବିଭିନ୍ନ ବର୍ଗର ରୋଗୀଙ୍କୁ ତୁରନ୍ତ ଅତ୍ୟାଧୁନିକ ଚିକିସତ୍ା ସୁବିଧା ଯୋଗାଇ ଦିଆଯାଇପାରିବ। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରକୁ କମ୍ପାନୀ ସର୍ବଦା ଅଗ୍ରାଧିକାର ଦେଇ ଆସୁଥିବାବେଳେ ଗୁଣାତ୍ମକ ରୋଗୀ ସେବାକୁ ମଧ୍ୟ ଗୁରୁତ୍ୱ ଦେଉଛି।

Share