Categories: ବାଣିଜ୍ୟ

ପାକ୍ସ ମଜଭୁତକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୭: ଦେଶର କୃଷକ ଓ କୃଷି କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ କୃଷକ ଉତ୍ପାଦକ ସଂଗଠନ(ଏଫ୍‌ପିଓ)ଗୁଡ଼ିକ ଜରିଆରେ ପ୍ରାଥମିକ କୃଷି କ୍ରେଡିଟ୍‌ ସୋସାଇଟି (ପିଏସିଏସ)ଗୁଡିକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି। ୨୦୨୩ ଜୁଲାଇ ୧୪ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ଦିନିକିଆ ମେଗା କନ୍‌କ୍ଲେଭକୁ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କନ୍‌କ୍ଲେଭରେ କୃଷକ ଉତ୍ପାଦକ ସଂଗଠନଗୁଡିକ ଜରିଆରେ ପ୍ରାଥମିକ କୃଷି କ୍ରେଡିଟ୍‌ ସୋସାଇଟିଗୁଡିକୁ ମଜଭୁତ କରିବାର ବିଭିନ୍ନ ଦିଗ ଓ ଉପାୟ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡିଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସାକାର ସେ ସମୃଦ୍ଧି ଏବଂ ଅମିତ ଶାହାଙ୍କ ଉଦ୍ୟମକୁ କାର୍ଯ୍ୟକାରୀ କରିବା ପାଇଁ ନିକଟରେ ସମବାୟ କ୍ଷେତ୍ରର ୧୧୦୦ ନୂତନ ଏଫପିଓ ସଂଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଏଫପିଓ ଯୋଜନା ଅଧୀନରେ ପ୍ରତ୍ୟେକ ଏଫପିଓଏସକୁ ୩୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ପ୍ରୋତ୍ସାହନ ତଥା ପରିଚାଳନା ପାଇଁ କ୍ଲଷ୍ଟର ଆଧାରିତ ବ୍ୟବସାୟ ସଂଗଠନ(ସିବିବିଓ)ଗୁଡିକୁ ୨୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଚାଷକୁ ସ୍ଥାୟୀ କରିବା ଏବଂ ଜୀବିକା ନିର୍ବାହ ତଥା କୃଷି ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଏଫପିଓଏସଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଫପିଓଏସ କ୍ଷୁଦ୍ର ଏବଂ କ୍ଷୁଦ୍ର କୃଷକ ଉତ୍ପାଦକମାନଙ୍କୁ ଉନ୍ନତ ମୂଲ୍ୟରେ ବଜାରର ପ୍ରବେଶ, ପରିବହନ ମୂଲ୍ୟ ହ୍ରାସ କରିବା ଏବଂ ସାମଗ୍ରିକ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

Share