Categories: ବାଣିଜ୍ୟ

ଗୁଣାତ୍ମକ ସାମଗ୍ରୀ ଯୋଗାଇବାକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ପ୍ୟାରିୱେର ପକ୍ଷରୁ ନିକଟରେ ଏକ ରିଟେଲର୍ସ ମିଟ୍‌ ଆୟୋଜିତ ହୋଇଯାଇଛି। ବିଶେଷକରି ଓଡ଼ିଶା ବଜାରରେ କମ୍ପାନୀର ଉପସ୍ଥିତି ସହ ଦୃଢ ବ୍ୟବସାୟ ପ୍ରତିଷ୍ଠା କରିପାରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁନେଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ଏକ ରିଟେଲର୍ସ ମିଟ୍‌ ଆୟୋଜନ କରାଯାଇଥିଲା। ଏହି ଅବସରରେ ରୋକା-ପ୍ୟାରିୱେର୍‌ର ଜୋନାଲ ହେଡ୍‌ ସୌମନ୍‌ କୁଣ୍ଡୁ, ଟିଏସ୍‌ଏମ୍‌ ସୁରଜ୍‌ କୁମାର ପଟ୍ଟନାୟକ ଏବଂ ମାର୍କେଟିଂ ମ୍ୟାନେଜର ସନ୍ତୋଷ କୁମାରଙ୍କ ସମେତ ପ୍ରାୟ ୮୦ ଡିଲର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ , ଉକ୍ତ କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ତା’ର ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ ଯୋଗାଇବା ସହ ନିରାପଦ ଏବଂ ସ୍ବଚ୍ଛତା ଉତ୍ପାଦ ପାଇଁ ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ବିସ୍ତୃତ ଭାବେ ଆଲୋକିତ କରାଯାଇଥିଲା। ବିଶେଷ କରି ଗ୍ରାହକଙ୍କ ସନ୍ତୁଷ୍ଟତା ଏବଂ ସୁସ୍ଥତାକୁ ପ୍ରାଧାନ୍ୟ ଦେଇ ବର୍ଦ୍ଧିତ ସୁରକ୍ଷା ସମାଧାନ ଏବଂ ନିରନ୍ତର ସେବା ଯୋଗାଇବା ସହ ବିଶ୍ୱସ୍ତରୀୟ ବାଥ୍‌ରୁମ୍‌ ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ସହିତ ଓଡ଼ିଶାର ସମସ୍ତ ପ୍ଲମ୍ବିଂ ଆବଶ୍ୟକତା ପାଇଁ ରୋକା ପ୍ୟାରିୱେର୍‌ ଟିମ୍‌ ସର୍ବଦା ୱାନ୍‌ ଷ୍ଟପ୍‌ ସୁଲ୍ୟସନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ବରିଷ୍ଠ ଅଧିକାରୀମାନେ ଡିଲରମାନଙ୍କୁ ଆସ୍ବସନା ଦେଇଥିଲେ। ସୂଚନାଯୋଗ୍ୟ ୨୦୧୮ ପରଠାରୁ ପାଇପ୍‌ ଏବଂ ବାଥ୍‌ରୁମ୍‌ ଫିଟିଙ୍ଗ୍‌ ରେଞ୍ଜର ଗୁଣାତ୍ମକ ଉତ୍ପାଦ ଶୁଭାରମ୍ଭ ସହ ବଜାର ପ୍ରବେଶ କରାଇ କମ୍ପାନୀ ଗ୍ରାହକଙ୍କ ବିଶ୍ୱାସଭାଜନ ହାସଲ କରିପାରିଥିଲା। ଏପରିକି ଗତ ବର୍ଷ ମଧ୍ୟ କମ୍ପାନୀ ସାରା ଓଡ଼ିଶାରେ ନୂତନ ଡିଜାଇନ୍‌ ଓ ଉତ୍ପାଦର ବ୍ୟାପକ ସମ୍ଭାର ବିସ୍ତାର କରିଥିଲା। ଉକ୍ତ ସମ୍ମିଳନୀରେ ଭୁବନେଶ୍ୱରର ପ୍ରାୟ ୮୦ ପ୍ରମୁଖ ରିଟେଲର୍ସମାନେ ଯୋଗଦେଇଥିଲେ।

Share