Categories: ବାଣିଜ୍ୟ

କାର୍ବନ ନିର୍ଗମନ ହ୍ରାସକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୫: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍‌ ଜରିଆରେ ପ୍ରଥମ ମଲ୍‌ଟି-ମୋଡାଲ କଣ୍ଟେନରାଇଜଡ୍‌ ପରିବହନର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପ୍ରଥମ ଥର ପାଇଁ ସଡ଼କ, ରେଳ ଓ ସମୁଦ୍ର ପରିବହନର ମିଶ୍ରଣକୁ ଉପଯୋଗ କରିଛି, ଯାହା ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ସପ୍ଲାଏ ଚେନ୍‌ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସେହିଭଳି ଏକ ସବୁଜ ଭବିଷ୍ୟତ ଲାଗି ଅଧିକ ଦୀର୍ଘସ୍ଥାୟୀ ପ୍ରଥା ଗ୍ରହଣ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ କାର୍ବନ ନିର୍ଗମନ ହ୍ରାସ କରିବା ନିମନ୍ତେ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଦୀର୍ଘସ୍ଥାୟୀ ବ୍ୟବସାୟ ପ୍ରଥା ପ୍ରତି ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ। ବିଶେଷକରି ରେକ୍‌ ଜରିଆରେ ରପ୍ତାନି ପାଇଁ କଣ୍ଟେନରରେ ଫେରୋ ଆଲଏଜ୍‌ର ମଲ୍‌ଟି-ମୋଡାଲ ପରିବହନ ଉକ୍ତ ଦିଗରେ ଏକ ଠିକ୍‌ ପଦକ୍ଷେପ ବୋଲି ସତିଜା ମତବ୍ୟକ୍ତ କରିଛନ୍ତି। ବିଶେଷକରି ସଡ଼କ, ରେଳ ଓ ସମୁଦ୍ର ପରିବହନକୁ ସମନ୍ବିତ କରିବା ସହ କମ୍ପାନୀର ରେଳ କ୍ଷମତାକୁ ବଢ଼ାଇ କାର୍ବନ ଫୁଟ୍‌ପ୍ରିଣ୍ଟ୍‌କୁ ଆହୁରି ହ୍ରାସ କରିବା ଏବଂ ଏକ ସବୁଜ ଭବିଷ୍ୟତ ଗଠନରେ ଯୋଗଦାନ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ।

Share