Categories: ବାଣିଜ୍ୟ

ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୮।୧: ଇଣ୍ଟର ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଏମ୍‌ଟି) ଏବଂ ଦି ୟୁନାଇଟେଡ ନେଶନ୍‌ସ ଏଜୁକେଶନାଲ, ସାଇଣ୍ଟିଫିକ ଆଣ୍ଡ କଲଚରାଲ ଅଗ୍ରାନାଇଜେଶନ ବା ୟୁନେସ୍କୋର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରର କଣ୍ଟାବାଡ଼ସ୍ଥିତ ଆଇଆଇଏମ୍‌ଟି କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଜୁମ୍‌ ମାଧ୍ୟମରେ ଆୟୋଜିତ ଉକ୍ତ କର୍ମଶାଳା ଶୀର୍ଷକ ‘ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣ’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଇଆଇଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର୍‌ ଡ. ଶ୍ରୀକାନ୍ତ ପଟ୍ଟନାୟକ କର୍ମଶାଳାର ଆଭିମୁଖ୍ୟ ସହିତ ଠିକ୍‌ ଅର୍ଥ ପରିଚାଳନା ଏବଂ ଦାୟିତ୍ୱସମ୍ପନ୍ନ ପୁଞ୍ଜି ଲଗାଣ ଉଦ୍ୟୋଗ ସଙ୍ଗଠନକୁ ଆର୍ଥତ୍କ ମଜଭୁତ୍‌ କରିଥାଏ। ଫଳରେ ଉଦ୍ୟୋଗପତିମାନଙ୍କୁ ବିଶେଷ ଲାଭ ମିଳିଥାଏ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଉକ୍ତ ଆଲୋଚନାରେ ଆର୍‌ଜେଣ୍ଟିନାର ଲାପ୍ଲାଟା ବିଶ୍ୱବିଦ୍ୟାଳୟର ଚେୟାର ପ୍ରଫେସର ଫ୍ରାନେସ୍କା ବେଗଲି ଆରିଲୋ ଉଭୟ ସରକାର ଏବଂ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଉଦ୍ୟୋଗରେ ଅବଶ୍ୟକ ବ୍ୟବସ୍ଥା ଏବଂ ଦାୟିତ୍ୱ ସମ୍ପନ୍ନ ପୁଞ୍ଜି ଲଗାଣକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିଭଳି ମଡ଼େନାରିଗୋ ଆଇନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ମାସିମୋ ଫ୍ରାଞ୍ଚି ସାମାଜିକ ଦାୟିତ୍ୱବୋଧ ଏବଂ ଆର୍ଥତ୍କ ପୁଞ୍ଜି ନିବେଶ ଦ୍ୱାରା ଆଞ୍ଚଳିକ ବିକାଶ ହୋଇଥାଏ। ଏପରିକି ପରିଚାଳନାରେ ଆଞ୍ଚଳିକ ଲୋକମାନଙ୍କର ଅଂଶଗ୍ରହଣ ବିକାଶ ପଥକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ। ଅପରପକ୍ଷରେ ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଡ.ସଞ୍ଜୀବ କୁମାର ଜେନା କହିଥିଲେ, କେ.ବି.କେ. (କୋରାପୁଟ, ବଲାଙ୍ଗୀର ଏବଂ କଳାହାଣ୍ଡି)ର ଉନ୍ନତି ସରକାରଙ୍କର ଉପଯୁକ୍ତ ଆର୍ଥତ୍କ ପରିଚାଳନା ଏବଂ ସୁବ୍ୟବସ୍ଥିତ ପୁଞ୍ଜି ନିବେଶ ଦ୍ୱାରା ଉପରୋକ୍ତ ଅଞ୍ଚଳର ବିକାଶ ସହିତ ଦାରିଦ୍ର୍ୟ ହାରରେ ହ୍ରାସ ହୋଇଛି,ଏହାଦ୍ୱାରା କଳାହାଣ୍ଡି ଓଡ଼ିଶାର ଭାତହାଣ୍ଡିରେ ପରିଣତ ହୋଇପାରିଛି।

Share