Categories: ବାଣିଜ୍ୟ

ଦକ୍ଷତା ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୮:ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରିଓଜିନାଲ କଲେଜ ଅଫ୍‌ ମ୍ୟାନେଜମେଣ୍ଟ (ଆର୍‌ସିଏମ୍‌) ପକ୍ଷରୁ ଓ୍ବାଲର୍ଡ ଟ୍ରେନର୍ସ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଆର୍‌ସିଏମ୍‌ ଏବଂ ସିଏଚ୍‌ଡିଏନ୍‌ଏଲ୍‌ଆର୍‌ର ମିଳିତ ସହଯୋଗରେ ଏକ ଦିନିକିଆ ଏଚ୍‌ଆର୍‌ କନ୍‌କ୍ଲେଭ-୨୦୨୩ ଆର୍‌ସିଏମ୍‌ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଇସି ଡ. ଓମ୍‌କାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ହିଣ୍ଡାଲ୍‌କୋ ଗ୍ରୁପ୍‌ ଅଫ୍‌ ଇଣ୍ଡଷ୍ଟ୍ରିର ଉପଦେଷ୍ଟା ବିଭୁ ମିଶ୍ର, ସିଏଚ୍‌ଡିଏନ୍‌ଏଲ୍‌ଆର୍‌ର ସଭାପତି ଡ. ମଙ୍ଗେଶ ଦାଶ, ଏମ୍‌ଡି ଡ. ଅଶୋକ ସାହୁ ଏବଂ ଆର୍‌ଜିବିଏସ୍‌ର ନିର୍ଦ୍ଦେଶକା ଡ.ସଂଘମିତ୍ରା ପାଲ ପ୍ରମୁଖ ଯୋଗଦେଇଥିଲେ। ବିଶେଷକରି ସମ୍ମିଳନୀର ଶୁଭାରମ୍ଭରେ ଆର୍‌ସିଏମ୍‌ର ଅଧ୍ୟାପିକା ପ୍ରଫେସର ପ୍ରଜ୍ଞାପାରମିତା ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ ସମ୍ମିଳନୀ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ଏବଂ ସେମାନଙ୍କ ବିଶେଷରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ବର୍ତ୍ତମାନ ସମୟରେ ଦକ୍ଷ ଟ୍ରେନରଙ୍କ ଆବଶ୍ୟକ ସହ ଦକ୍ଷତା ବିକାଶକୁ ମଧ୍ୟ ସବୁ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଛି ବୋଲି କନ୍‌କ୍ଲେଭର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇଥିବା ଅତିଥିମାନେ ବିସ୍ତୃତ ଭାବେ ମତପ୍ରକାଶ କରିବା ସହିତ ଭିନ୍ନ ଭିନ୍ନ ବିଷୟରେ ନଜର ମତ ଉପସ୍ଥାପନ କରିଛନ୍ତି। ସେହିପରି କନ୍‌କ୍ଲେଭର ୨ଟି ଅଧିବେଶନରେ ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ବିଷୟରେ ବ୍ୟାପକ ଚର୍ଚ୍ଚା ଆଲୋଚନା ସହ ଆଜିର ଦିନର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Share