ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଧାୟକ ଆଚ୍ଚାର୍ଯ୍ୟ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଜଙ୍ଗଲ, ଉଦ୍ୟାନ, ପୂର୍ତ୍ତ, ରାଜସ୍ବ, ପାନୀୟ ଜଳ ଯୋଗାଣ, ପୋଲିସ ଏବଂ ଜଳସେଚନ ବିଭାଗ ଦ୍ୱାରା ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା, ଭଟଲି ଏବଂ ସୋହେଲା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଟକି ରହିଥିବା କାର୍ଯ୍ୟଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ସେହିପରି ଜିଲା ତଥା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ତଥା ବିଭାଗୀୟ ଅଧିକାରୀ ସମନ୍ବୟ ନିହାତି ଜରୁରୀ, ତେଣୁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ କହିଥିଲେ। ଅପହଞ୍ଚ ଅଞ୍ଚଳରେ ଶିକ୍ଷକ ଏବଂ ଡାକ୍ତର ନିଯୁକ୍ତିକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଏବଂ ସାଧାରଣ ଲୋକଙ୍କ ଜମି ପଟ୍ଟା ବାଣ୍ଟିବା ସହ ଲୋକଙ୍କୁ ପୂର୍ବରୁ ମିଳିଥିବା ପଟ୍ଟାର ଜମି ଜଥାଶିଘ୍ର ଚିହ୍ନଟ କରି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭଟଲି ନିର୍ବାଚନମଣ୍ଡଳୀର ୩ଟି ବ୍ଲକରେ ଗତ ଅର୍ଥିକ ବର୍ଷରୁ ଅନୁମୋଦିତ ହୋଇଥିବା ସମସ୍ତ ପ୍ରକଳ୍ପର ପ୍ରଗତି, ରାଶନ କାର୍ଡ କେୱାସି ଭେରିଫିକେଶନ ବ୍ୟବସ୍ତା, ଜୀବିକା ମିଶନ, ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜଳ ସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗୀକରଣ ବ୍ୟବସ୍ଥା, ମିଶନ ଶକ୍ତି ମହିଳାଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ। ଡେବ୍ରିଗଡ ଅଭୟାରଣ୍ୟର ଆବଶ୍ୟକ ଉନ୍ନତିକରଣ ପାଇଁ ଯଥାଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ଜାଗାରେ ଜଙ୍ଗଲ ଜମିରେ ଥିବା ମାଟି ରାସ୍ତାର ଉନ୍ନତି ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପରିଶେଷରେ ନିଜ ନିର୍ବାଚନ ମଣ୍ଡଳୀର ତିନୋଟି ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂଙ୍କ ସମେତ ୩ ବ୍ଲକ ଅଧ୍ୟକ୍ଷ, ଜିଲା ମୁଖ୍ୟ ବନଖଣ୍ଡ ଅଧିକାରୀ, ଡେବ୍ରିଗଡ ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

ବିଭିନ୍ନ ଦାବି ନେଇ ଗର୍ଜିଲେ କେନ୍ଦୁପତ୍ର ତୋଳାଳି

ଦେବଗଡ଼ ,୧୮।୪,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦେବଗଡ଼ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ...

ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ଓଡ଼ିଶା: ବାଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ରୁଦ୍ର ସେଠୀ(୨୪) ଆନ୍ଧ୍ର ପ୍ରଦେଶ ସୋମପେଣ୍ଠା ସହର ନିକଟ ଜାତୀୟ ରାଜପଥରେ ସଡକ...

ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ...

ବାଇକ-ହାଇୱା ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ମୋହନା,୧୮।୪(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଂସାମାରି ଗାଁର ରାଜନ ମୋହନ ଦୋରା (୪୮) ଅଡବାରୁ ଏକଟିଭିଏସ ବାଇକ (ଓଡି ୦୭ଡି ୯୨୧୩)ଯୋଗେ କଂସାମାରି...

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

ଖୋର୍ଦ୍ଧା/ବେଗୁନିଆ,୧୮ା୪(ପ୍ରଭାତ ପାଣିଗ୍ରାହୀ/ସନ୍ଧ୍ୟାରାଣୀ ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୌଡ଼ପାଟଣା ନିକଟ ଖୁଣ୍ଟବନ୍ଧ ଗ୍ରାମର ଏକ ବିଲରେ ଥିବା ଗଛ ଡାଳରେ ଗୋଟିଏ ଓଢ଼ଣିରେ...

୩ଟି ମନ୍ଦିରର ରତ୍ନମୁଦ ଉତ୍ସବ: ଶ୍ରଦ୍ଧାଳୁଙ୍କ ମଧ୍ୟ ଉତ୍ସାହ

ଥୁଆମୂଳ ରାମପୁର,୧୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଆଦି ପୀଠ ଶକ୍ତି ପୀଠ ମହାମାଇ ମାଁ ମାଣିକେଶ୍ବରୀ ବିଜେ ଥୁଆମୂଳ ରାମପୁର, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ...

ଶପଥ ନେଲେ ଓକିଲ ସଂଘର ନୂତନ କର୍ମକର୍ତ୍ତା

ଦେବଗଡ,୧୮।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ନ୍ୟାୟଳୟ ପରିସରରେ ଗୁରୁବାର ଜିଲା ଓକିଲ ସଂଘ ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image