ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ, ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ପାରିଲେ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି ଘଟିବ। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ତାଲିକାଭୁକ୍ତ କରିବା, ଗ୍ରୀଷ୍ମପ୍ରବାହ ସମୟରେ ଜଳକ୍ଲିଷ୍ଟ ଅଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା, ଅଧିକ ଶ୍ରମଦିବସ ସୃଷ୍ଟି କରି ଗ୍ରାମାଞ୍ଚଳବାସୀଙ୍କୁ ରୋଜଗାର ଯୋଗାଇ ଦେବାକୁ ଜିଲାପାଳ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ, ଉଦୟ ମହାପାତ୍ର, ଜିଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ଦତ୍ତ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜ୍ୟୋତିଶଙ୍କର ସାହୁ, ଶିବାନନ୍ଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।