Categories: ବାଣିଜ୍ୟ

କାରବାରରେ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଟାଇଲ ଉତ୍ପାଦନକାରୀ ସଂସ୍ଥା ଓରିଏଣ୍ଟବେଲ ଟାଇଲ୍‌ସ ପକ୍ଷରୁ ଗ୍ରାହକଙ୍କ ପାଇଁ ସରଳ ଓ ଅତ୍ୟାଧୁନିକ ସୁବିଧାର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ଫଳରେ ଗ୍ରାହକମାନେ ଘରେ ବସି ସେମାନଙ୍କର ଉତ୍ପାଦ ଅର୍ଡର ସାଙ୍ଗକୁ ଚୟନ ମଧ୍ୟ କରିପାରିବେ। ଏପରିକି ଗ୍ରାହକଙ୍କ ସୁବିଧା ଓ ଦୀର୍ଘ ଦିନର ଗ୍ରାହକଚାହିଦାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଟାଇଲ ସପିଂ ପ୍ରକ୍ରିୟାକୁ ସରଳ କରିବା ଲାଗି ଓରିଏଣ୍ଟବେଲ ଟାଇଲସ ଡିଜିଟାଲି ଉପକରଣର ଅତ୍ୟାଧୁନିକ ପରିସର ସହ ପରିଚାଳନା ଆରମ୍ଭ କରିଛି। କମ୍ପାନୀର ୱେବସାଇଟ (www.orientbell.com) ରେ ଉନ୍ନତ ଇ-ବାଣିଜ୍ୟ ପରି ଉତ୍ପାଦଗୁଡ଼ିକୁ ଗ୍ରାହକ ୩୦୦୦ରୁ ଅଧିକ ଏସକେୟୁ ମାଧ୍ୟମରେ ପଠାଇବାକୁ ସହାୟତା କରିବ। ବିଶେଷ କରି ଗ୍ରାହକମାନେ ସେମାନଙ୍କର ପସନ୍ଦର ଟାଇଲ ଛବିକୁ ସଂସ୍ଥା ଓ୍ବେସାଇଡରେ ଅପଲୋଡ କରି ଟାଇଲ କ୍ରୟ କରି ପାରିବେ। ଏ ସମ୍ପର୍କରେ ଓରିଏଣ୍ଟବେଲ ଟାଇଲସର ସିଏମଓ ଆଲୋକ ଅଗ୍ରୱାଲ କହିଛନ୍ତି, ଆପଣ ଓ ଆପଣଙ୍କ ପ୍ରିୟଜନ ଆରାମରେ ଏଥିରୁ ବ୍ରାଉଜ କରି ଟାଇଲକୁ ବାଛି ପାରିବେ। ଏପରିକି ରଙ୍ଗ ବା ଆକାର ଆପଣଙ୍କ କୋଠରି ଅନୁଯାୟୀ ଅର୍ଡ଼ର କରି ପାରିବେ ବୋଲି ଅଗ୍ରୱାଲ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି କମ୍ପାନୀର ଏହି ଡିଜିଟାଲ ପଦକ୍ଷେପ ସହିତ ଓରିଏଣ୍ଟବେଲ ଟାଇଲସ ଘର ଭିତର ଓ ବାହ୍ୟ ପୃଷ୍ଠ ଭାଗରେ ଉପଯୁକ୍ତ ଡିଜାଇନ ପ୍ରଦାନ କରିଥାଏ। ଏହାର ସୁଲଭ ୩୦୦ /୪୫୦ ଏମଏମ କାନ୍ଥ ଟାଇଲଠାରୁ ଆରମ୍ଭ କରି ହାଇ ଗ୍ଲୋସ ୧୨୦୦/୧୮୦୦ ଏମଏମ ମାର୍ବଲ ଟାଇଲ ପର୍ଯ୍ୟନ୍ତ ବ୍ୟାପକ ପରିସର ଉପଲବ୍ଧ।

Share