Categories: ବାଣିଜ୍ୟ

ପ୍ରଯୁକ୍ତିଭିତ୍ତିକ ପଦକ୍ଷେପକୁ ଟିପିସିଓଡିଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୯।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର ପ୍ରାୟ ୨୭ ଲକ୍ଷ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣକୁ ଭରସାଯୋଗ୍ୟ କରିବା ଲାଗି ଗତ କିଛି ବର୍ଷ ମଧ୍ୟରେ ବହୁ ପ୍ରଯୁକ୍ତିଭିତ୍ତିକ ପଦକ୍ଷେପ କାର୍ଯ୍ୟକାରୀ କରିଛି। ଏପରିକି ଭୁବନେଶ୍ୱରଠାରେ ଥିବା କମ୍ପାନୀର କେନ୍ଦ୍ରୀୟ ବିଦ୍ୟୁତ୍‌ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସ୍‌ସିସି)ର ପ୍ରମୁଖ ବ୍ୟବସ୍ଥା ଯାହା ସୁପରଭାଇଜରି କଣ୍ଟ୍ରୋଲ ଆଣ୍ଡ୍‌ ଡାଟା ଆକ୍ୱିଜିସନ(ସ୍କାଡା) ଭଳି ଆଇଟି ଓ ଓଟି ପ୍ରଯୁକ୍ତି କାର୍ଯ୍ୟକାରୀ କରି ଏକ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିଥିବା ବେଳେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଭିତ୍ତିକ ପରମିଟ୍‌ ଟୁ ୱାର୍କ (ପିଟିଡବ୍ଲ୍ୟୁ) ବ୍ୟବସ୍ଥା ‘ସୁରକ୍ଷା କବଚ’ ରହିଛି। ସେହିଭଳି ସିପିଏସ୍‌ସିସି ଏକ ଉତ୍ସର୍ଗୀକୃତ ପରିଚାଳନା ଇଞ୍ଜିନିୟରଙ୍କ ଟିମ୍‌ ଦ୍ୱାରା ୨୪ଘଣ୍ଟା ପରିଚାଳିତ ହେଉଛି। ଦ୍ରୁତ ସୁଧାର ଜରିଆରେ ବ୍ୟବସ୍ଥା ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, କଟକ ଓ ପୁରୀର ପ୍ରମୁଖ ସ୍ଥାନରେ ଥିବା ୧୫୦ ୩୩/୧୧କେଭି ପ୍ରାଥମିକ ସବ୍‌ଷ୍ଟେଶନର ରିମୋଟ ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛନ୍ତି। ଏପରିକି ଉପକରଣ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନେଟ୍‌ୱର୍କ ଉପକରଣର ପ୍ରତିଷେଧମୂଳକ ଓ ବ୍ରେକ୍‌ଡାଉନ୍‌ ରକ୍ଷଣାବେକ୍ଷଣ ପାଇଁ ବିଭ୍ରାଟ ପରିଚାଳନା କରୁଛନ୍ତି, ଯଦ୍ଦ୍ବାରା ବିଦ୍ୟୁତ୍‌ ଯୋଗାଣର ଭରସାଯୋଗ୍ୟତା ସୁନିଶ୍ଚିତ ହୋଇପାରିଛି। ସେହିପରି ବାସ୍ତବ ସମୟ ମଧ୍ୟରେ ବିଦ୍ୟୁତ୍‌ ପରିଚାଳନା ଲାଗି ଏକ ନିର୍ଦ୍ଦିଷ୍ଟ ସମୟର ବିଦ୍ୟୁତ୍‌ ସଂଗ୍ରହ ବାସ୍ତବ ସ୍ଥିତିକୁ ଦର୍ଶାଇ ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଏହି ସିପିଏସ୍‌ସିସି କେନ୍ଦ୍ରୀୟ ଭାବେ ପ୍ରଭାବଶାଳୀ ଢଙ୍ଗରେ ନେଟ୍‌ୱର୍କ ପରିଚାଳନାର ସଂଯୋଜନା କରୁଛି।

Share