ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ ବାଲିଯାତ୍ରା-୨୦୨୩କୁ ନିରବଚ୍ଛିନ୍ନ ଓ ନିରାପଦ ବିଜୁଳି ଯୋଗାଣକୁ ଗୁରୁୁତ୍ୱ ପ୍ରଦାନ କରିଛି। ଏପରିକି ନିରାପତ୍ତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ସ୍ବରୂପ ୧୧ କେଭି ଅଣ୍ଡରଗ୍ରାଉଣ୍ଡ୍‌ ତାର ବିଛାଇବା, ୧୧କେଭି ଓଭରହେଡ୍‌ ନେଟ୍‌ୱର୍କକୁ ସୁରକ୍ଷିତ କରିବା, ସମଗ୍ର ଏଲ୍‌ଟି ନେଟ୍‌ୱର୍କ ପାଇଁ ଇନ୍‌ସୁଲେଟେଡ୍‌ କେବୁଲ ବ୍ୟବହାର କରିବା, ସବ୍‌ଷ୍ଟେଶନଗୁଡ଼ିକୁ ଆବନ୍ଧ କରିବା ଏବଂ ଦକ୍ଷ ମାନବ ସମ୍ବଳ ସହ ଉପଯୁକ୍ତ ମିଟର ମାଧ୍ୟମରେ ଗ୍ରାହକ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ବାଲିଯାତ୍ରା ସମୟରେ ବିଦ୍ୟୁତ୍‌ ଯୋଗାଣର ସ୍ଥାୟିତ୍ୱରେ ଉନ୍ନତି ଆଣିବା ଲାଗି ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ମୁତୟନ କରାଯାଇଛି। ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରି ଟିପିସିଓଡିଏଲ୍‌ ପକ୍ଷରୁ ଗ୍ରାହକଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରିବା ଲାଗି ୧୬୦୦ରୁ ଅଧିକ ମାନବ ଦିବସ ଉତ୍ସର୍ଗ କରାଯାଇଛି। ୨୦୨୩ ନଭେମ୍ବର ୧୩ ପରଠାରୁ କମ୍ପାନୀ ପକ୍ଷରୁ ୧୦ଟି ଫ୍ୟୁଜ୍‌ କଲ୍‌ ସେଣ୍ଟର (ଏଫ୍‌ସିସି) ଏବଂ ଗ୍ରାହକ ଶିବିର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ନୂତନ ସଂଯୋଗ ବିଷୟରେ ପଚରାଉଚରା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସମାଧାନ କରାଯାଇଛି। ଯେକୌଣସି ବିଜୁଳି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଗ୍ରାହକମାନେ ୦୬୭୧-୨୯୯୦୨୨୭/୧୨୭ କିମ୍ବା ୧୯୧୨/୧୮୦୦-୩୪୫-୭୧୨୨ ନମ୍ବରରେ ଯୋଗାଯୋଗ କରିପାରିବେ। ସେମାନେ କୌଣସି ପ୍ରଶ୍ନ କିମ୍ବା ଅଭିଯୋଗ କରିବା ସମୟରେ କାଉଣ୍ଟର ନମ୍ବର, ଧାଡ଼ି ନମ୍ବର ଏବଂ କ୍ଷେତ୍ର ବିଷୟରେ ସୂଚନା ଦେଇପାରିବେ। ଟିପିସିଓଡିଏଲ୍‌ ଏହାର ଷ୍ଟଲରେ ବିଭିନ୍ନ ଅଫର ଏବଂ ସମାଧାନ,ଯେପରିକି ବିଭିନ୍ନ ଡିଜିଟାଲ ପେମେଣ୍ଟ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତ୍ତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି ଇତିହାସ ଓ ହସ୍ତତନ୍ତ ଉପରେ ଆକର୍ଷଣୀୟ ପ୍ରଦର୍ଶନୀ ସହ ପାରମ୍ପରିକ ରୀତିନୀତି ସହ ବିଭିନ୍ନ ବୟସର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷା ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତା ଏହି ବାଲିଯାତ୍ରାକୁ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଓ ଅତ୍ୟନ୍ତ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବ। ଅଧିକୃତ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଆମେ ଜନସାଧାରଣଙ୍କୁ ଉତ୍ସାହିତ କରୁଛୁ। ଜରୁରିକାଳୀନ ପରିସ୍ଥିତିରେ ଦୟାକରି ବିନା ଦ୍ୱିଧାରେ ଆମର ଦେୟମୁକ୍ତ ହେଲପ୍‌ଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ।
ଅପରପକ୍ଷରେ ବାଲିଯାତ୍ରା ଚାଲିଥିବା ବେଳେ ଏହି ଉତ୍ସବକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍‌ ସମର୍ପିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri