Categories: ବାଣିଜ୍ୟ

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଉଭୟ ଓଡ଼ିଶା ଓ ଛତିଶଗଡ଼ ୟୁନିଟ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି ବେଦାନ୍ତ ଆଲୁମିନିୟମର ଉପତ୍ାଦନ ପରିସରରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଲାଗି କମ୍ପାନୀର ପ୍ରତବିଦ୍ଧତାକୁ ଏହା ନିଶ୍ଚିତ କରିଛି। ଏପରିକି କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି କୌଣସି ପାର୍ଥକ୍ୟ ରଖାଯାଇନାହିଁ। ଫଳରେ କମ୍ପାନୀ ବିଭିନ୍ନ ପଦକ୍ଷେପକୁ ଏକତ୍ର କରି ଭିନ୍ନ ଭିନ୍ନ ସାମର୍ଥ୍ୟର ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ଉପରେ ଅଧିକ ସଚେତନତା ସୃଷ୍ଟି କରିବା ସହ ଭିନ୍ନକ୍ଷମଙ୍କ ପ୍ରତି ସହାନୁଭୂତିଶୀଳ ଭାବେ କାର୍ଯ୍ୟ କରୁଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆମେମାନେ ବିବିଧତାକୁ ଗ୍ରହଣ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ବରଂ ଏକ ରଣନୈତିକ ଲାଭ ମଧ୍ୟ ହୋଇଥାଏ। ଏପରିକି ଆମେ ଏକ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁଠାରେ ଅନନ୍ୟ ଦୃଷ୍ଟିକୋଣଗୁଡିକ ଆମର ସାମୂହିକ ସଫଳତା ପାଇଁ ସହାୟକ ହୋଇଥାଏ। ବିଶେଷ କରି ଆମର ପ୍ରୟାସ ଏକ ପ୍ରକୃତ ଅନ୍ତର୍ଭୁକ୍ତ କର୍ମକ୍ଷେତ୍ର ଗଠନ ଉପରେ ଧ୍ୟାନ ଦେଇଥାଏ।

Share