ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରି, ନେତାନ୍ୟାହୁ କହିଲେ-ଆମେ ଯୁଦ୍ଧରେ ଅଛୁ

ଜେରୁଜେଲମ,୭।୧୦: ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରି ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ଅଫିସରମାନଙ୍କ ପରାମର୍ଶ ମାନିବାକୁ କୁହାଯାଇଛି। ଏହାଛଡ଼ା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆମେ ଯୁଦ୍ଧରେ ଅଛୁ ବୋଲି ଟୁଇଟ କରି କହିଛନ୍ତି।

ଭାରତୀୟଙ୍କ ଲାଗି ଜାରି ଆଡଭାଇଜରିରେ କୁହାଯାଇଛି, ଇସ୍ରାଏଲର ବର୍ତ୍ତମାନ ସ୍ଥିତିକୁ ଦେଖି ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ଅଫିସରଙ୍କ ପରାମର୍ଶ ଅନୁଯାୟୀ ସୁରକ୍ଷା ପ୍ରୋଟୋକଲର ପାଳନ କରିବାକୁ ଅନୁରୋଧ କରାଯାଉଛି। ଦୟାକରି ସାବଧାନ ରୁହନ୍ତୁ, ଅନାବଶ୍ୟକ ଧାଁଦୌଡ଼ କରନ୍ତୁ ନାହିଁ ଏବଂ ସୁରକ୍ଷା ଆଶ୍ରୟସ୍ଥଳର ନିକଟରେ ରୁହନ୍ତୁ। ଅତିରିକ୍ତ ସୂଚନା ଲାଗି ଦୟାକରି ଇସ୍ରାଏଲର ହୋମ୍‌ ଫ୍ରଣ୍ଟ କମାଣ୍ଡ ଓ୍ବେବ୍‌ସାଇଟ୍‌ ଅଥବା ଏହାର ପ୍ରସ୍ତୁତି ବିବରଣୀ ଦେଖନ୍ତୁ।

ଜରୁରୀକାଳିନ ପରିସ୍ଥିତି ଉପୁଜିଲେ ସମ୍ପର୍କ କରିବା ଲାଗି ଏମରଜେନ୍ସିଂ ନମ୍ବର ଏବଂ ଇମେଲ ପ୍ରଦାନ କରାଯାଇଛି। ସୂଚନା ଲାଗି ଫୋନ୍‌ ନମ୍ବର ଉପଲବ୍ଧ କରାଯାଇଛି। ଅନ୍ୟ କୌଣସି ମାର୍ଗଦର୍ଶନ ଲାଗି ଦୂତାବାସ କର୍ମୀ ଆପଣଙ୍କ ସହ ରହିବେ ବୋଲି ମଧ୍ୟ ଆଡଭାଇଜରିରେ କୁହାଯାଇଛି।

Share