୧ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର ହେବାକୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଉମର ଅତା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫଦାରୀକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ତାଙ୍କ ଗିରଫ ବେଆଇନ ଘୋଷଣା କରିଛନ୍ତି।

କୋର୍ଟ କହିଛନ୍ତି, ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରି ନ୍ୟାୟପାଳିକାର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ଶୁଣାଣି ବେଞ୍ଚ କହିଛନ୍ତି , କୋର୍ଟରୁ କାହାକୁ ଗିରଫ କରାଯାଇପାରିବ ନାହିଁ। ଏନ୍‌ଏବି କୋର୍ଟଙ୍କୁ ଅପମାନିତ କରିଛି। ଏଥି ସହିତ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର ହେବାକୁ କହିଛନ୍ତି।

Share