Categories: ଜାତୀୟ

ମାନ୍‌ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପଞ୍ଜାବରେ ନୂଆ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଉପରେ ରୋକ…

ଚଣ୍ଡିଗଡ଼,୧୩।୧୧ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ନୂତନ ଅସ୍ତ୍ର ଲାଇସେନ୍ସ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଡିସି ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ କୌଣସି ନୂତନ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପର୍ଯ୍ୟନ୍ତ ଜାରି କରାଯାଇଥିବା ଅସ୍ତ୍ରଶସ୍ତ୍ର ଲାଇସେନ୍ସର ସମୀକ୍ଷା ଆସନ୍ତା ୩ ମାସ ମଧ୍ୟରେ କରାଯିବ।

ସର୍ବସାଧାରଣରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଗାମୀ ଦିନରେ ର଼୍ୟାଣ୍ଡମ ଯାଞ୍ଚ ହେବ। ଉତ୍ସବ ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଗୁଳି ଚାଳନା କରିବା ଦଣ୍ଡନୀୟ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Share