କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ବିନା ପ୍ରେସକିପସନରେ କିଣିପାରିବେ ଗର୍ଭପାତ ଔଷଧ

ଓ୍ବାଶିଂଟନ୍‌,୧୭।୮: ବିନା ପ୍ରେସକିପସନରେ କିଣି ପାରିବେ ଗର୍ଭପାତ ଔଷଧ। ଏମ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛି ଆମେରିକାରେ ଫେଡେରାଲ କୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଗର୍ଭପାତ ଔଷଧ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟର ହେବ। ନ୍ୟୁ ଓରାଲିଅନ୍ସରେ ଥିବା ଆମେରିକୀୟ ସର୍କିଟ କୋର୍ଟର ତିନିଜଣ ବିଚାରପତି ଏକ ମାମଲାର ଶୁଣାଣି କରିଛନ୍ତି। ସଂଘୀୟ କୋର୍ଟ ୨୩ବର୍ଷ ପୂର୍ବ ଖାଦ୍ୟ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନର ମାଇପ୍ରିଷ୍ଟୋନକୁ ରଦ୍ଦ କରିଛି।

ଆମେରିକାର ଖାଦ୍ୟ ଓ ଡ୍ରଗ୍ସ ବିଭାଗ ଅନୁଯାୟୀ, ଫାର୍ମାସିଗୁଡ଼ିକ ଦିନକୁ ଥରେ ବିନା ପ୍ରେସକ୍ରିପସନରେ ଗର୍ଭନିରୋଧକ ଔଷଧ ବିକ୍ରି କରିପାରିବେ। ବିକ୍ରୟ ଉପରେ କୌଣସି ବୟସ ପ୍ରତିବନ୍ଧକ ରହିବ ନାହିଁ। ଏହାର ଅର୍ଥ ଯେକୌଣସି ବୟସର ମହିଳାମାନେ ଦିନକୁ ଥରେ ବିନା ପ୍ରେସକ୍ରିପସନରେ ଫାର୍ମାସିରୁ ଗର୍ଭନିରୋଧକ ଔଷଧ କିଣି ପାରିବେ। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତିବର୍ଷ ଛଅ ଲକ୍ଷ ମହିଳା ଗର୍ଭବତୀ ହୁଅନ୍ତି, ଯେଉଁଥିରୁ ୪୫ ପ୍ରତିଶତ ଅବାଞ୍ଛିତ ଅଟେ।

Share