ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ। ରାୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ।

ବାଲେଶ୍ୱର ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ରାୟ ସଂରକ୍ଷିତ ବେଳେ ସ୍ତ୍ରୀ ସମ୍ମତି ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ରାୟ ପ୍ରକାଶର ୪ ଦିନ ପୂର୍ବରୁ ସ୍ତ୍ରୀ ସମ୍ମତି ପ୍ରତ୍ୟାହାର କରିଥିଲେ। ତେବେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ବାଲେଶ୍ୱର ଫ୍ୟାମିଲି କୋର୍ଟ।

ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ। ହାଇକୋର୍ଟ ସ୍ତ୍ରୀଙ୍କ ଆବେଦନକୁ ଗ୍ରହଣ ମଧ୍ୟ କରିଥିଲେ। ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ସାନି ଶୁଣାଣି କରି ୬ ମାସରେ ଫଇସଲା କରିବେ ବାଲେଶ୍ୱର ପରିବାର ଅଦାଲତ।