Posted inଜାତୀୟ

ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ

ନୂଆଦିଲ୍ଲୀ,୯।୭(ପି.ଟି.): କେବଳ ପିଲାଙ୍କ ପାଠପଢ଼ା ନୁହେଁ, ରାଜନୀତିରେ ମଧ୍ୟ କୋଭିଡ୍‌ର ପ୍ରଭାବ ଅସମ୍ଭାଳ ହୋଇପଡ଼ିଛି। ଏହାର ଆଭାସ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ସିଲାବସ୍‌ ପରିବର୍ତ୍ତନ ନିଷ୍ପତ୍ତିରୁ। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ତାଲା ପଡ଼ିଥିବାବେଳେ ପିଲାମାନେ କ୍ଲାସ୍‌ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ସେମାନଙ୍କ ମୁଣ୍ଡରୁ ପାଠପଢ଼ା ବୋଝ ହ୍ରାସ କରିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପାଇଁ ୩୦% ସିଲାବସ୍‌ ହ୍ରାସ କରାଯାଇଛି। ହେଲେ ଏବେ ଜଣାପଡ଼ିଛି ଯେ, ବିଶେଷ ଭାବେ କେତେକ ବିଷୟବସ୍ତୁ କଟାଯାଇଛି, ଯାହାର ରାଜନୈତିକ ଗୁରୁତ୍ୱ ରହିଛି। ସେଥିମଧ୍ୟରେ ରହିଛି ଧର୍ମନିରପେକ୍ଷତା, ନାଗରିକତ୍ୱ, ଜାତୀୟତାବାଦ, ସଂଘୀୟବାଦ, ବିମୁଦ୍ରୀକରଣ ଏବଂ ଗଣତାନ୍ତ୍ରିକ ଅଧିକାର ଭଳି କେତେକ ପାଠ। ଆସନ୍ତା ବର୍ଷ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନେ ଏବେ ଏସବୁ ବିଷୟ ପଢ଼ିବେ ନାହିଁ।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପ୍ରକାଶ କରିଥିବା ନୂଆ ପାଠ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି। ନବମରୁ୍‌ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଗଣତନ୍ତ୍ର ଓ ବିବିଧତା, ଲିଙ୍ଗ, ଧର୍ମ, ଜାତି, ଜନସଂଖ୍ୟା ସଂଘର୍ଷ ଏବଂ ଆନ୍ଦୋଳନ, ଗଣତନ୍ତ୍ର ପ୍ରତି ଚ୍ୟାଲେଞ୍ଜ ଆଦି ଅଧ୍ୟାୟକୁ ହଟାଯାଇଛି। ସେହିପରି ଏକାଦଶ ଶ୍ରେଣୀ ପାଠ୍ୟକ୍ରମରୁ ସଂଘୀୟବାଦ, ନାଗରିକତ୍ୱ, ଜାତୀୟତାବାଦ, ଧର୍ମନିରପେକ୍ଷତା ଏବଂ ଭାରତରେ ସ୍ଥାନୀୟ ଶାସନର ଅଭିବୃଦ୍ଧି ବିଷୟ ବାଦ୍‌ ପଡ଼ିଛି। ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରୁ ପଡୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ, ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପରିବର୍ତ୍ତିତ ପ୍ରକୃତି, ଭାରତରେ ସାମାଜିକ ଆନ୍ଦୋଳନ ଓ ବିମୁଦ୍ରୀକରଣ ଆଦି ଅଧ୍ୟାୟକୁ ବାଦ୍‌ ଦିଆଯାଇଛି।
ଅନ୍ୟପକ୍ଷରେ ପାଠ୍ୟକ୍ରମରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବାଦ୍‌ ପଡ଼ିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ମର୍ମାହତ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ ଏହାର ଦୃଢ଼ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ନାଗରିକତ୍ୱ, ସଂଘୀୟବାଦ୍‌, ଧର୍ମନିରପେକ୍ଷତା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବାଦ୍‌ ଦିଆ ନ ଯାଉ ବୋଲି ସେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ପାଠ୍ୟକ୍ରମ ହ୍ରାସ ପଦକ୍ଷେପକୁ ବିଭିନ୍ନ ସ୍କୁଲ ପ୍ରତିନିଧି ସ୍ବାଗତ କରିଥିବାବେଳେ ଏହା ନିର୍ଦ୍ଦିଷ୍ଟ ବିଚାରଧାରା ଦ୍ୱାରା ପ୍ରେରିତ ବୋଲି ଗୋଟିଏ ଶିକ୍ଷାବିତ୍‌ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ପାଠ୍ୟକ୍ରମ ହ୍ରାସ କରିବାରେ ଶିକ୍ଷାବିତ୍‌ଙ୍କ ଅପେକ୍ଷା ରାଜନୈତିକ ନିଷ୍ପତ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଭଳି ଜଣାପଡୁଛି ବୋଲି ସେମାନେ କହିଛନ୍ତି। ପିଲାଙ୍କ ପାଠପଢ଼ା ସହ ସାଲିସ କରାଯାଉଛି ଓ ଶିକ୍ଷାକ୍ଷେତ୍ରରେ ନିବେଶ ହ୍ରାସ ଲାଗି ଉଦ୍ୟମ ହେଉଛି ବୋଲି ଜବାହରଲାଲ ନେହେରୁ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ସୋସିଆଲ ସାଇନ୍ସ ପ୍ରଫେସର ସୁରଜିତ୍‌ ମଜୁମ୍‌ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ...

US Trade Deals: ଆମେରିକା ସହ ଟ୍ରେଡ ଡିଲ ସାଇନ କରିଥିବା ଦେଶକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୧।୪: ଆମେରିକା ସହିତ ବାଣିଜ୍ୟ ଚୁକ୍ତି ବା Trade Deals ସ୍ବାକ୍ଷର କରୁଥିବା ଦେଶଗୁଡ଼ିକୁ ଚାଇନା ଚେତାବନୀ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ମଧ୍ୟ...

କାର୍ଯ୍ୟନିର୍ବାହୀ କାର୍ଯ୍ୟରେ ଅତିକ୍ରମଣ ଅଭିଯୋଗ ହେଉଛି: ପଶ୍ଚିମବଙ୍ଗ ଦଙ୍ଗା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବୟାନ

ନୂଆଦିଲ୍ଲୀ,୨୧।୪: ସୋମବାର ସୁପ୍ରିମକୋର୍ଟ ହିଂସାଗ୍ରସ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଥିବା ଏକ ଆବେଦନ ଶୁଣାଣି କରୁଥିବା ବେଳେ ଭାଜପା ନେତାମାନଙ୍କର ଦ୍ୱାରା...

ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ...

ଭଣଜା ପ୍ରେମରେ ପାଗଳ ଥିଲେ ମାଇଁ, ଦୁବଇରୁ ଫେରିଥିବା ସ୍ବାମୀଙ୍କୁ ହତ୍ୟାକରି ସୁଟକେସରେ ଭର୍ତ୍ତି କରି ଫିଙ୍ଗିଦେଲେ

ଲକ୍ଷ୍ନୌ,୨୧।୪: ଉତ୍ତର ପ୍ରଦେଶ ମିରଟର ନୀଳ ଡ୍ରମ ଘଟଣା ସମଗ୍ର ଦେଶ ଦେଖିଥିଲା ଏବଂ ଶୁଣିଥିଲା। ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି...

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ...

ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ମୋହନା,୨୧।୪: ଗଜପତି ଜିଲା ମୋହନା ଥାନା ଦିବ୍ୟାଙ୍ଗ ସ୍କୁଲ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image