ରାଜ୍ୟ ନିର୍ବାଚନ କମିଶନରଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁୁବନେଶ୍ୱର,୧୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୬ରେ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ତେବେ ନିର୍ବାଚନ ସୁରୁଖୁରୁରେ ହେବା ନେଇ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଭର୍ଚୁଆଲରେ ବୈଠକ କରିବେ। ଆଗାମୀ ପଞ୍ଚାୟତ ନିର୍ବାଚନ କିପରି ସ୍ବଚ୍ଛ ଓ ନିରାପଦରେ ପରିଚାଳନା ହୋଇପାରିବ ସେନେଇ ବୈଠକରେ ଆଲୋଚନା ହେବ।

Share